ମୁମ୍ବାଇ: ନିକଟରେ ମୁମ୍ବାଇକୁ ପାକିସ୍ତାନ ସହ ତୁଳନା କରି ସମାଲୋଚନାର ଶିକାର ହୋଇଥିଲେ କୁଇନ କଙ୍ଗନା ରଣାୱତ । ଖାଲି ଏତିକି ନୁହେଁ ମୁମ୍ବାଇ ବ୍ୟତୀତ ମହାରାଷ୍ଟ୍ର ସରକାରଙ୍କୁ ତାଲିବାନ ସହ ତୁଳନା ମଧ୍ୟ କରିଥିଲେ । ତାଙ୍କ ଏହି ବିବାଦୀୟ ବୟାନ ଉପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଟ୍ବିଟର ୱାର ଚାଲିଥିଲା । ହେଲେ ଏଥର ସେ ନିଜ ବୟାନକୁ ପରିବର୍ତ୍ତନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଯାହାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ନିକଟରେ ଶିବସେନାରେ ସାମିଲ ହୋଇଥିବା ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ।
-
The amount of hostility I faced for standing up for my beloved city Mumbai baffled me, today I went to Mumba devi and Shri Siddhivinayak ji and got their blessings, I feel protected, loved and welcomed. Jai Hind Jai Maharashtra 🙏 pic.twitter.com/sxT583P5w2
— Kangana Ranaut (@KanganaTeam) December 29, 2020 " class="align-text-top noRightClick twitterSection" data="
">The amount of hostility I faced for standing up for my beloved city Mumbai baffled me, today I went to Mumba devi and Shri Siddhivinayak ji and got their blessings, I feel protected, loved and welcomed. Jai Hind Jai Maharashtra 🙏 pic.twitter.com/sxT583P5w2
— Kangana Ranaut (@KanganaTeam) December 29, 2020The amount of hostility I faced for standing up for my beloved city Mumbai baffled me, today I went to Mumba devi and Shri Siddhivinayak ji and got their blessings, I feel protected, loved and welcomed. Jai Hind Jai Maharashtra 🙏 pic.twitter.com/sxT583P5w2
— Kangana Ranaut (@KanganaTeam) December 29, 2020
କଥାଟି ହେଲା ଯେ ମଙ୍ଗଳବାର ମୁମ୍ବାଇରେ ପହଞ୍ଚି କଙ୍ଗନା ଏକ ଟ୍ବିଟ କରି ଲେଖିଥିଲେ, ‘ମୋର ପ୍ରିୟ ସହର ମୁମ୍ବାଇ ପାଇଁ ଛିଡା ହେବାକୁ ମୁଁ କେତେ ବିରୋଧ କରିଛି, ତାହା ମୋତେ ଆଶ୍ଚର୍ଯ୍ୟ କରିଛି । ଆଜି ମୁଁ ମୁମ୍ବା ଦେବୀ ଏବଂ ଶ୍ରୀ ସିଦ୍ଧବିନାୟକ ଯାଇ ତାଙ୍କ ଆଶୀର୍ବାଦ ନେଇଥିଲି । ବର୍ତ୍ତମାନ ମୁଁ ନିଜକୁ ସୁରକ୍ଷିତ, ପ୍ରେମରେ ପରିପୂର୍ଣ୍ଣ ଏବଂ ପୁନର୍ବାର ସ୍ବାଗତ କରୁଛି । ଜୟ ହିନ୍ଦ ଜୟ ମହାରାଷ୍ଟ୍ର ।’
-
“for standing up for my beloved city Mumbai “ 🤔🤔🤔
— Urmila Matondkar (@UrmilaMatondkar) December 29, 2020 " class="align-text-top noRightClick twitterSection" data="
बाईंच्या डोक्यावर अपघात झाला आहे का हो भाऊ...😂😂😂
">“for standing up for my beloved city Mumbai “ 🤔🤔🤔
— Urmila Matondkar (@UrmilaMatondkar) December 29, 2020
बाईंच्या डोक्यावर अपघात झाला आहे का हो भाऊ...😂😂😂“for standing up for my beloved city Mumbai “ 🤔🤔🤔
— Urmila Matondkar (@UrmilaMatondkar) December 29, 2020
बाईंच्या डोक्यावर अपघात झाला आहे का हो भाऊ...😂😂😂
କଙ୍ଗନାଙ୍କ ଏହି ପରବିର୍ତ୍ତନ ରୂପ ଦେଖି ଉର୍ମିଲା ସଙ୍ଗେ ସଙ୍ଗେ ଜବାବରେ ଲେଖିଥିଲେ, ‘ତୁମର ପ୍ରିୟ ସହର ମୁମ୍ବାଇ ପାଇଁ ଛିଡା ହେବାକୁ ଭଉଣୀ ନିକଟରେ କଣ ମୁଣ୍ଡରେ କେଶ ଝଡି ପଡ଼ିଥିଲା କି?’
ପ୍ରକାଶ ଥାଉକି ସେପ୍ଟେମ୍ବର ମାସରେ ଉର୍ମିଲା ଓ କଙ୍ଗନାଙ୍କ ମଧ୍ୟରେ ଭୟଙ୍କର ଟ୍ବିଟର ୱାର ହୋଇଥିଲା । ସେହି ସମୟରେ ଡ୍ରଗ୍ସ ମାମଲାକୁ ନେଇ କଙ୍ଗନା ମୁମ୍ବାଇ ଏବଂ ବଲିଉଡ ଉପରେ ଅନେକ ଅଭିଯୋଗ ଲଗାଇବା ସହ ଉର୍ମିଲାଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର ମଧ୍ୟ କହିଥିଲେ । ଯାହାପରେ ଦୁଇଜଣଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଥିଲା ।