ମୁମ୍ବାଇ: କୋରୋନାରୁ ଦେଶବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ଦେଶରେ ଟୀକାକରଣ ବ୍ୟବସ୍ଥା କରିଛନ୍ତି । ଏଥିରେ ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଟିକା ନେଉଥିବାର ନଜର ଆସୁଛନ୍ତି । ଇତିମଧ୍ୟରେ ଭ୍ୟାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି ଅଭିନେତ୍ରୀ ମନ୍ଦିରା ବେଦୀ । ରବିବାର ସେ ଟିକା ନେବା ସୂଚନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ ।
ସେ ଇନଷ୍ଟାଗ୍ରାମରେ ନିଜର ଦୁଇଟି ଫଟୋକୁ କୋଲାଜ କରି ସେୟାର କରିଥିଲେ । ଆଉ ଯାହାର କ୍ୟାପସନରେ ଲେଖିଥିଲେ, ‘ଡନ୍ ଆଣ୍ଡ ଡନ୍ । ଭ୍ୟାକ୍ସିନ ଜରିଆରେ ଫାଇଟ୍ କରିହେବ ।’
ପ୍ରକାଶ ଥାଉକି ମନ୍ଦିରାଙ୍କ ପୂର୍ବରୁ ଅମିତାଭ ବଚ୍ଚନ, ରଜନୀକାନ୍ତ, ସଲମାନ ଖାନ, ସୈଫ ଅଲ୍ଲୀ ଖାନ, ମାଧୁରୀ ଦୀକ୍ଷିତ ଓ କମଲ ହାସନ ମଧ୍ୟ ଟିକାର ଦ୍ବିତୀୟ ଡୋଜ ନେଇସାରିଛନ୍ତି ।