ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ରହିଛନ୍ତି ଅମୀଷା ପଟେଲ । ହେଲେ ସୋସିଆଲ ମିଡିଆରେ ସେ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ଆକ୍ଟିଭ ନଜର ଆସନ୍ତି । ନିଜ ୱାର୍କଆଉଟ ଭିଡିଓଠୁ ନେଇ ବୋଲ୍ଡ ଫଟୋ ସେୟାର କରନ୍ତି ସେ । ହେଲେ ଏବେ ସେ ନିଜ ଏକ ପୋଷ୍ଟ ପାଇଁ ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।
- " class="align-text-top noRightClick twitterSection" data="
">
ନିକଟରେ ଅମୀଷାଙ୍କୁ ମୁମ୍ବାଇର ଏକ ମନ୍ଦିର ପାଖରେ ଦେଖିବାକୁ ମିଳିଥିଲା । ହେଲେ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ସେ ଏମିତି ଆଉଟଫିଟ୍ ପିନ୍ଧିଥିଲେ, ଯାହାର କିଛି ଫଟୋ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହେଲେ ଏହି ଫଟୋରେ ତାଙ୍କ ଡ୍ରେସ ଦେଖି ୟୁଜର୍ସଙ୍କୁ ଆଦୌ ପସନ୍ଦ ଆସିନଥିଲା । କାରଣ ସେ ସଟ ଡ୍ରେସ ପିନ୍ଧି ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ଯାହାକୁ ଆଧାର କରି ବର୍ତ୍ତମାନ ତାଙ୍କୁ ଟ୍ରୋଲ କରାଯାଉଛି ।
ୟୁଜର୍ସଙ୍କ ଅନୁଯାୟୀ ମନ୍ଦିର ଦର୍ଶକକୁ ଗଲାବେଳେ କେହି ମଧ୍ୟ ଏପରି ଡ୍ରେସ ପିନ୍ଧନ୍ତି ନାହିଁ । ଆମୀଷା କିପରି ଏମିତି ଡ୍ରେସ ପିନ୍ଧି ମନ୍ଦିରକୁ ଯାଇଥିଲେ । ଯାହା ସମସ୍ତଙ୍କ ଭାବନାକୁ ଆହତ କରିଛି।