ETV Bharat / sitara

14 କେଜି ଓଜନ କମ୍ କଲେ ବିବେକ

author img

By

Published : Mar 4, 2021, 1:24 PM IST

ଲକଡାଉନରେ ଅଳସୁଆ ସାଜି ନିଜ ଶରୀର ଓଜନ ବଢାଇ ଦେଇଥିଲେ ବିବେକ । ଯାହା ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିବେକ ଓବରୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିବେକ ଓବରୟ

ମୁମ୍ବାଇ: ନିକଟରେ ହେଲମେଟ ନପିନ୍ଧି ବାଇକ୍ ରାଇଡ କରିଥିଲେ ବିବେକ ଓବରୟ । ଯାହା ପାଇଁ ତାଙ୍କୁ ଭରିବାକୁ ପଡିଥିଲା 500 ଟଙ୍କା । ଆଉ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ ସେ ଖୁବ୍ ଫିଟ୍ ନଜର ଆସୁଥିଲେ । ହେଲେ ଗତ ବର୍ଷ ସେ ନିଜ ଶରୀର ଓଜନ ଖୁବ୍ ବଢାଇଥିଲେ କୋରୋନା ପାଇଁ । ଯେତେବେଳେ ସେ ଅନୁଭବ କଲେ ତାଙ୍କ ଓଜନ ବଢିବାରେ ଲାଗିଛି ପୁଣି କଡା ପରିଶ୍ରମ କରି ଫିଟ୍ ରହିବାକୁ ଚେଷ୍ଟା କରିଥିଲେ । ଏକଥା ଆମେ କହୁନାହୁଁ, ଏହାର ଖୁଲାସା ସେ ନିଜେ କରିଛନ୍ତି ।

ଓଜନ ବଢିବା ବିଷୟରେ ଆଲୋଚନା କରି ସେ ଜଣାଇଛନ୍ତି, ‘ଖାଇବା ଠାରୁ ଆରମ୍ଭ କରି ଘଣ୍ଟା ଘଣ୍ଟା ଧରି ଭିଡିଓ ଦେଖିବା ପର୍ଯ୍ୟନ୍ତ କାମରେ ଲାଗିଥିଲି ମୁଁ । ଯାହାଦ୍ବାରା ମୁଁ ମୋ ଟ୍ରାକ ହରାଇଥିଲି । ମୁଁ ସକାଳ 5 ଟାରେ ଶୋଉଥିଲି ଏବଂ ଅପରାହ୍ନରେ ଉଠୁଥିଲି । ମୁଁ ପ୍ରକୃତରେ ନିଜ ଉପରେ ଅସନ୍ତୁଷ୍ଟ ଥିଲି । ମୁଁ ସବୁ ଭୁଲ୍ କରୁଥିଲି | ଯାହାଦ୍ବାରା ମୋ ଶରୀରର ଓଜନ ବହୁତ ବଢିଯାଇଥିଲା । ପରେ ମୁଁ ସ୍ଥିର କଲି ନିଜକୁ ଫିଟ୍ ରଖିବାକୁ । ଭୋର 4.30ରେ ଉଠି ଚାଲିବା ସହ ଯୋଗ ଆରମ୍ଭ କରିଦେଇଲି । ଜୁସ୍ ଡାଏଟରେ ମଧ୍ୟ କିଛି ଦିନ ରହିଥିଲି । ଯାହା ମୋ ଶରୀରରକୁ କ୍ଲିନ କରୁଥିଲା । ପ୍ରୋଜେକ୍ଟରେ ଧ୍ୟାନ ଦେବା ସହ ଅଳସୁଆ ଗୁଣରୁ ଦୂରେଇ ଗଲି । ଆଉ 14 କିଲୋଗ୍ରାମ ଓଜନ କମାଇବାରେ ମୁଁ ସଫଳ ହୋଇପାରିଲି ।’

ପ୍ରକାଶ ଥାଉକି ଭାଲେଣ୍ଟାଇନ ଡେ ଅବସରରେ ପତ୍ନୀ ପ୍ରିୟଙ୍କାଙ୍କ ସହ ରୋମାଣ୍ଟିକ ବାଇକ୍ ରାଇଡରେ ବାହାରିଥିଲେ ବିବେକ । ହେଲେ ହେଲମେଟ ଏବଂ ମାସ୍କ ନପିନ୍ଧିବାରୁ ତାଙ୍କ ଉପରେ 500 ଟଙ୍କାର ଚାଲାଣ କାଟିଥିଲା ମୁମ୍ବାଇ ଟ୍ରାଫିକ ପୋଲିସ । ଯାହା ପରେ ଅଭିନେତା କ୍ଷମା ମାଗି ପୋଲିସର ପ୍ରଶଂସା ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.