ETV Bharat / sitara

ବିଶ୍ବ ଟପ୍ ମାର୍ଶଲ ଆର୍ଟିଷ୍ଟଙ୍କ ତାଲିକାରେ ବିଦ୍ୟୁତ୍‌ - ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ନ୍ୟୁଜ

ଗୁଗଲ ତରଫକୁ ବିଶ୍ବର ଟପ୍ ମାର୍ଶଲ ଆର୍ଟିଷ୍ଟଙ୍କ ମଧ୍ୟରେ ବିଦ୍ୟୁତଙ୍କୁ ସାମିଲ କରାଯାଇଛି । ଯାହାକୁ ନେଇ ଖୁସି ସମସ୍ତେ । ଅଧିକ ପଢନ୍ତୁ...

ବିଶ୍ବ ଟପ୍ ମାର୍ଶଲ ଆର୍ଟିଷ୍ଟଙ୍କ ତାଲିକାରେ ବିଦ୍ୟୁତ

author img

By

Published : May 29, 2021, 7:56 AM IST

ମୁମ୍ବାଇ: ବଲିଉଡ ଅଭିନେତା ବିଦ୍ୟୁତ ଜାମୱାଲ ଫିଲ୍ମଠୁ ଅଧିକ ନିଜ ଫିଟନେସ ଏବଂ ମାର୍ଶଲ ଆର୍ଟ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ନିଜକୁ ଫିଟ୍ ରଖିବା ପାଇଁ ହାର୍ଡରୁ ହାର୍ଡକୋର ୱାର୍କଆଉଟ କରନ୍ତି । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜର ୱାର୍କଆଉଟ ଭିଡିଓ ସେୟାର କରି ସମସ୍ତଙ୍କୁ ଫିଟ୍ ରହିବାକୁ ପ୍ରେରଣା ଯୋଗାଆନ୍ତି । ଏଥିପାଇଁ ତ ତାଙ୍କ ନାମ ଦୁନିଆର ଟପ୍ ମାର୍ଶଲ ଆର୍ଟିଷ୍ଟଙ୍କ ମଧ୍ୟରେ ସାମିଲ ଅଛି । ଯାହାକୁ ସ୍ପଷ୍ଟ କରିଛନ୍ତି ଅଭିନେତା ।

ସେ ଇନଷ୍ଟାଗ୍ରାମରେ ଗୁଗଲର ଏକ ସ୍କ୍ରିନ୍ ସଟ ସେୟାର କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ତାଙ୍କ ନାମ ଫେମସ ମାର୍ଶଲ ଆର୍ଟିଷ୍ଟ ଜେଟ୍ ଲି, ଜ୍ୟାକି ଚାନ୍, ବ୍ରୁସ୍ ଲି, ଜନି ଟ୍ରି ନଗୁଏନ୍, ଷ୍ଟିଭେନ୍ ସେଗଲ୍, ଡୋନି ୟେନ୍, ଟନି ଜାଙ୍କ ମଧ୍ୟରେ ସାମିଲ ଅଛି ।

ସେପଟେ ଇଣ୍ଟରନେଟରେ ଏହି ଘୋଷଣା ହେବା ମାତ୍ରେ ଫ୍ୟାନ୍ସଙ୍କ ମୁହଁରେ ଖୁସି ଦେଖିବାକୁ ମିଳିଛି । ଆଉ ସଙ୍ଗେ ସଙ୍ଗେ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଥିଲେ ସମସ୍ତେ । ଜଣେ ଫ୍ୟାନ ଟ୍ବିଟ କରି ଲେଖିଛନ୍ତି ‘ଦେଶକୁ ସର୍ବଦା ଗର୍ବିତ କର ।’ ଏହି ପରି ଅନେକ ଫ୍ୟାନ୍ସଙ୍କ କମେଣ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପ୍ରକାଶ ଥାଉକି 2018ରେ ବିଦ୍ୟୁତ ଲୁପର ବିଶ୍ବର ସର୍ବୋଚ୍ଚ ମାର୍ଶଲ କଳାକାର ତାଲିକାରେ ସ୍ଥାନ ପାଇଥିଲେ ଏବଂ ଅଭିନେତା ଏହା ଉପରେ ଖୁସି ବ୍ୟକ୍ତ କରିଥିଲେ । ସମ୍ମାନଜନକ ତାଲିକାରେ ସେ ଏକମାତ୍ର ଭାରତୀୟ ଥିଲେ। 2020ରେ, ଅଭିନେତା କଲାରୀ ଥର୍ଡ ଆଇ ଟ୍ରେନିଂର ଏକ ଝଲକ ସେୟାର କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.