ମୁମ୍ବାଇ: ଆକ୍ସନ ଷ୍ଟାର ବିଦ୍ୟୁତ ଜାମୱାଲ ନିଜ ଅପକମିଂ ଫିଲ୍ମ ‘ୟାରା’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚାରେ । ତାଙ୍କ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମ ଜି5ରେ ଆସନ୍ତା 30 ତାରିଖରେ ରିଲିଜ ହେବାକୁ ଯାଉଛି । ଇତିମଧ୍ୟରେ ସେ ଆଶ୍ଚର୍ଯ୍ୟକର ବୟାନ ଦେଇ ଚର୍ଚ୍ଚାରେ। ସେ ଇଣ୍ଡଷ୍ଟ୍ରିରେ କାହା ପାଇଁ ତିଷ୍ଠି ରହିଛନ୍ତି ତାନେଇ ଖୁଲାସା କରିଛନ୍ତି ।
ସେ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ, ‘ମୁଁ କୌଣସି ଷ୍ଟାର କିଡ ନୁହେଁ। ମୁଁ କେବଳ ନିଜ ବନ୍ଧୁଙ୍କ ପାଇଁ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହିପାରିଛନ୍ତି । ମୁଁ ଯେବେଠୁ ବଲିଉଡକୁ ଆସିଛନ୍ତି ଗୋଟିଏ କଥା ଶୁଣିବାକୁ ପାଇଛି ଯେ ଆପଣ କେବେ କାହାର ଭଲ ବନ୍ଧୁ ହୋଇପାରିବେ ନାହିଁ । ଏହି ଚିନ୍ତାଧାରା ଉପରେ ମୁଁ ବିଶ୍ବାସ କରୁନାହିଁ । କାରଣ ମୁଁ ଇଣ୍ଡଷ୍ଟ୍ରିରେ ମୋ ବନ୍ଧୁଙ୍କ ପାଇଁ ଅଛି। ଜଣେ ଏମିତି ବନ୍ଧୁ ଯିଏ କହିଲେ ତାଙ୍କୁ ମୋ ଉପରେ ବିଶ୍ବାସ ଅଛି । ଯାହାଦ୍ବାରା ଆଜି ମୁଁ ଏହି ସ୍ଥାନରେ ଠିଆ ହୋଇପାରୁଛି ଆଉ ସେ ମୋ ସାଥିରେ ଅଛନ୍ତି।’
ପ୍ରକାଶ ଥାଉକି ନିକଟରେ ‘ୟାରା’ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଯେଉଁଥିରେ ଚାରି ବନ୍ଧୁଙ୍କ ଶାନଦାର କାହାଣୀ ଝଲକ ଦେଖିବାକୁ ମିଳିଥିଲା । ସେହିପରି ଫିଲ୍ମର ପ୍ରଥମ ରୋମାଣ୍ଟିକ ଗୀତ ‘ଭେଦି’ ମଧ୍ୟ ରିଲିଜ ହୋଇଯାଇଛି । ଏହି ଗୀତରେ ସୃତି ହସନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଥିଲେ ବିଦ୍ୟୁତ।