ETV Bharat / sitara

ସୁଟିଂ ସେଟରେ ବେହୋସ ହେଲେ ବରୁଣ! - faint

ଆଜି ଫିଲ୍ମ 'ଷ୍ଟ୍ରିଟ ଡାନ୍ସର' ସୁଟିଂ ଶେଷ ହୋଇଯାଇଛି । କିନ୍ତୁ ବରୁଣ ନିକଟରେ ଫିଲ୍ମର ଗୀତ ସୁଟ କରୁଥିବା ସମୟରେ ଅସୁସ୍ଥ ହୋଇ ଟଳିପଡିଥିଲେ । ପରେ ଜଣାପଡିଥିଲା କି ତାଙ୍କର ବ୍ଲଡ ପ୍ରେସର ଡାଉନ ହୋଇଯାଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବରୁଣ ଧୱନ
author img

By

Published : Jul 27, 2019, 10:15 PM IST

ମୁମ୍ବାଇ: ଅଭିନେତା ବରୁଣ ଧୱନ ସେହି କଳାକାରଙ୍କ ମଧ୍ୟରେ ଅନ୍ୟତମ ଯିଏ ନିଜ କାମ ପାଇଁ କଠିନ ପରିଶ୍ରମ କରିଥାନ୍ତି । କୌଣସି ମଧ୍ୟ ସିନକୁ ସେ ପରଫେକ୍ଟ କରିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ସବୁ ସିନ୍କୁ ସେ ଜୀବନ୍ତ କରିବାକୁ ଯାଇ ନିଜର ସବୁ ବଳ ଲଗାଇ ଦିଅନ୍ତି । ତାଙ୍କର ଏ ଅଭ୍ୟାସ ବେଳେ ବେଳେ ତାଙ୍କୁ ସମସ୍ୟାରେ ମଧ୍ୟ ପକାଇଦିଅ । ଏମିତି କିଛି ନିକଟରେ ଦେଖିବାକୁ ମିଳିଥିଲା । ଫିଲ୍ମ 'ଷ୍ଟ୍ରିଟ ଡାନ୍ସର' ସୁଟିଂ ଆଜି ଶେଷ କରିଥିବା ବରୁଣ ଏକଦା ସେଟରେ ସୁଟିଂ କରୁଥିବା ସମୟରେ ବେହୋସ ହୋଇଯାଇଥିଲେ ।

ପ୍ରକାଶ ଥାଉକି ବରୁଣ ଗତ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । ଏହି କଥାର ସୂଚନା ବରୁଣ ନିଜ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ । କିନ୍ତୁ କାମ ପ୍ରତି ସେ ଏତେ ଦାୟିତ୍ୱବାନ ଯେ ଫିଲ୍ମ ସୁଟିଂ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଅସୁସ୍ଥ ହେବା ସତ୍ତ୍ବେ ଫିଲ୍ମ ସୁଟିଂ ଏବଂ ଡାନ୍ସର ରିହର୍ସଲ କରିଥିଲେ ।

'ଷ୍ଟ୍ରିଟ ଡାନ୍ସର' ଫିଲ୍ମର ଡାନ୍ସ ସିକ୍ବେନ୍ସ ସୁଟିଂ ସମୟରେ ବରୁଣ ହଠାତ୍ ବୋହୋସ ହୋଇଗଲେ ଏବଂ ସେଟରେ ପଡିଯାଇଥିଲେ । ଅନ୍ୟପଟେ ମେକର୍ସ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ସେଟକୁ ଡକାଇ ତାଙ୍କର ଚିକିତ୍ସା କରାଇଥିଲେ । ଯାହାପରେ ଜଣାପଡୁଥିଲା ଯେ ସେ ଅସୁସ୍ଥ ଥିବାରୁ ତାଙ୍କ ବ୍ଲଡ ପ୍ରେସର ଡାଉନ ହୋଇଯାଇଥିଲା । ପରେ ଡାକ୍ତର ତାଙ୍କୁ ଆରାମ କରିବାକୁ ପରାର୍ମଶ ଦେଇଥିଲେ ।

ପ୍ରକାଶ ଥାଉକି ଫିଲ୍ମ ଷ୍ଟ୍ରିଟ ଡାନ୍ସରରେ ବରୁଣଙ୍କ ବ୍ୟତୀତ ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ନଜର ଆସିବେ । ଏହାସହ ବରୁଣ ପ୍ରଥମ ଥର ସାରା ଅଲ୍ଲୀ ଖାନଙ୍କ ସହ ଅଭିନେତା ଗୋବିନ୍ଦାଙ୍କ ସୁପରହିଟ୍ ଫିଲ୍ମ କୁଲି ନମ୍ବର-1ର ରିମେକରେ ମଧ୍ୟ ନଜର ଆସିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.