ETV Bharat / sitara

ସୁଶାନ୍ତଙ୍କ କେସ: କୁଖ୍ୟାତ ଡ୍ରଗ ଗ୍ୟାଙ୍ଗର ଜଣେ ସନ୍ଦିଗ୍ଧକୁ ପଚରାଉଚରା କରୁଛି ଏନସିବି

ଗୁରୁବାର ଏନସିବି ଦ୍ବାରା ଜଣେ ଡ୍ରଗ ଡିଲରକୁ ପଚରାଉଚରା ଚାଲିଛି । ପୂର୍ବରୁ 7 ଜଣ ହୋଇସାରିଲେଣି ଗିରଫ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Sep 3, 2020, 9:22 PM IST

ମୁମ୍ବାଇ: ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସୁସାଇଡ କେସରେ ନିକଟରେ ଡ୍ରଗ କନେକ୍ସନ କଥା ସାମ୍ନାକୁ ଆସିବା ପରଠୁ ମୁମ୍ବାଇରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଜୋରସୋରରେ ଯାଞ୍ଚ କରୁଛି । ବୁଧବାର ମୁମ୍ବାଇର କିଛି ଡ୍ରଗ ଡିଲରଙ୍କ ପର୍ଦା ଫାଶ କରି 7 ଜଣ ଡ୍ରଗ ଡିଲରଙ୍କୁ ଗିରଫ କରିଥିଲା । ଶୁଣିବାକୁ ମିଳୁଛି ଯେ ଗିରଫ ହୋଇଥିବା ଡିଲରଙ୍କ ସହ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ କନେକ୍ସନ ଅଛି । ଆଉ ଗୁରୁବାର ଏନସିବି ଜଣେ ଡ୍ରଗ ଡିଲରଙ୍କୁ ପଚରାଉଚରା ଜାରି ରଖିଛି । ଯିଏ ଡ୍ରଗ ଡିଲିଂ କାର୍ଯ୍ୟରେ ସମ୍ପୃକ୍ତ ଅଛନ୍ତି ।

ଯେଉଁ ବ୍ୟକ୍ତିଙ୍କର ପରିଚୟ ପ୍ରକାଶ କରାଯାଇ ନାହିଁ, ସେ ଏହି ମାମଲାରେ ଫେଡେରାଲ ନିଶା ନିବାରଣ ସଂସ୍ଥା ଦ୍ବାରା ଗିରଫ ହୋଇଥିବା ବାସିଟ୍ ପାରିହର ସହିତ ସଂପୃକ୍ତ ଥିବା ଅଭିଯୋଗ ହୋଇଛି ।

ସେହିପରି ଧରାପଡିଥିବା ଡ୍ରଗ ଡିଲର 21 ବର୍ଷିୟ ଜାଇଦ ଭିଲତ୍ରା ସାମିଲ ଅଛନ୍ତି । ଏଜେନ୍ସି ଦ୍ବାରା ଗୁରୁବାର ଦିନ ଜାଇଦଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଯାହା ପରେ ତାଙ୍କୁ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ହେପାଜତକୁ ପଠାଯାଇଛି ।

ଜାଇଦ ବୟାନ ଦେଇ କହିଛନ୍ତି ଯେ ସେ ବାନ୍ଦ୍ରାଠାରେ ଏକ ଭୋଜନାଳୟ ଚଳାଉଛନ୍ତି । ଯେଉଁଥିରେ ଲକଡାଉନ ପରଠାରୁ କୌଣସି ଆର୍ଥିକ ଲାଭ ହୋଇନାହିଁ । ଏହାସହ ସେ ଡ୍ରଗ୍ସ ଗ୍ୟାଙ୍ଗରେ ମଧ୍ୟ ସାମିଲ ଅଛନ୍ତି, ବିଶେଷକରି ଫୁଲ ଗୁଣ୍ଡ ଦ୍ବାରା ତିଆରି ହେଉଥିବା ଡ୍ରଗ ସେ ବିକ୍ରି କରନ୍ତି । ଯାହା ମାଧ୍ୟମରେ ସେ ବହୁ ପରିମାଣର ଟଙ୍କା ରୋଜଗାର କରୁଥିଲେ । ସେହିପରି ଜାଇଦଙ୍କ ବ୍ୟତୀତ ଅବ୍ବାସ ଲାଖାନି ଓ କରନ ଅରୋରା ମଧ୍ୟ ଡ୍ରଗ ଡିଲର ରାକେଟରେ ଗିରଫ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.