ETV Bharat / sitara

ଆସିଲା ‘ସୁପର ଡାନ୍ସର 4’ର ନୂଆ ପ୍ରୋମୋ ଭିଡିଓ, ଦୁଇ ସେଟ୍ଟୀ ହେଲେ ଏକାଠି - ‘ସୁପର ଡାନ୍ସର ଚାପ୍ଟର 4’

ଆସନ୍ତା ଶନିବାର ଓ ରବିବାର ସୁନୀଲ ସେଟ୍ଟୀଙ୍କୁ ଦେଖିବାକୁ ମିଳିବ ‘ସୁପର ଡାନ୍ସର ଚାପ୍ଟର 4’ରେ । ଯାହାର ନୂଆ ପ୍ରୋମୋ ଭିଡିଓ ଜାରି ହୋଇଯାଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନି ଟିଭି
author img

By

Published : May 26, 2021, 2:13 PM IST

ମୁମ୍ବାଇ: ବଲିଉଡର ଦୁଇ ଲୋକପ୍ରିୟ ସେଲିବ୍ରିଟି ସୁନୀଲ ସୁଟ୍ଟୀ ଓ ଶିଳ୍ପା ସେଟ୍ଟୀ ପରସ୍ପର ସହ ବୁହତ କମ୍ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ବେଶ୍ ଭଲ ପାଆନ୍ତି ଦର୍ଶକ । ପୁଣିଥରେ ସମସ୍ତଙ୍କ ଏହି ସ୍ବପ୍ନ ପୂରଣ ହେବାକୁ ଯାଉଛି । କାରଣ ଦୁଇ ଷ୍ଟାରଙ୍କ କେମେଷ୍ଟ୍ରିର ଫେମସ ଡାନ୍ସିଂ ରିୟାଲିଟି ଶୋ ‘ସୁପର ଡାନ୍ସର ଚାପ୍ଟର 4’ରେ ଦେଖିବେ ସମସ୍ତେ । ଯାହାର ଝଲକ ଏବେ ଦେଖିବାକୁ ମିଳୁଛି ।

ଏହି ଶୋର ଆଗାମୀ ଏପିସୋଡର ନୂଆ ପ୍ରୋମୋ ଭିଡିଓ ଜାରି କରିଛି ସୋନି ଟିଭି । ଯେଉଁଠାରେ ସୁନୀଲଙ୍କ ଗ୍ରାଣ୍ଡ ଅନ୍ଦାଜରେ ସ୍ବାଗତ କରାଯାଉଥିବା ବେଳେ ତାଙ୍କ ପାଇଁ ପ୍ରତିଯୋଗୀ ଦମଦାର ପରଫର୍ମାନ୍ସ ଦେଉଥିବାର ନଜର ଆସୁଛନ୍ତି ।

ସେହିପରି ଶିଳ୍ପାଙ୍କ ସହ ପୁଣିଥରେ ‘ତୁମ ଦିଲ କି ଧଡକନ’ ଗୀତରେ ଠୁମକା ଲଗାଇବେ ସେ । ଭିଡିଓରେ ଏହାର ଝଲକ ଦେଖିବାକୁ ମିଳୁଛି । ଆଉ ଏହାର କ୍ୟାପସନରେ ଲେଖାଯାଇଛି, ‘ହୁଅନ୍ତୁ ରେଡ୍ଡି । ଧମାକେଦାର ଡାନ୍ସ ୱିକେଣ୍ଡ ଆକ୍ସନ ଆନ୍ନା ସୁନୀଲଙ୍କ ସହ ଦେଖିବାକୁ ।’ ଆସନ୍ତା ଶନିବାର ଓ ରବିବାର ଏହି ଏପିସୋଡ ପ୍ରସାରଣ ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.