ETV Bharat / sitara

ଫିଲ୍ମ ‘କିଶାନ୍’ରେ ନଜର ଆସିବେ ସୋନୁ ସୁଦ

author img

By

Published : Jan 4, 2021, 2:52 PM IST

ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ନିର୍ଦ୍ଦେଶକ ଇ. ନିୱାସ ଅଭିନେତା ସୋନୁଙ୍କ ନେଇ ଘୋଷଣା କଲେ ନିଜ ଆଗାମୀ ଫିଲ୍ମ ‘କିଶାନ୍’ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଦ

ମୁମ୍ବାଇ: କୋରୋନା କାଳରୁ ଦେଶବାସୀଙ୍କ ସେବା କରିଆସୁଥିବା ସୋନୁ ସୁଦଙ୍କୁ ନେଇ ସାମ୍ନାକୁ ଆସିଛି ଗୁଡନ୍ୟୁଜ । ଦୀର୍ଘ ସମୟରୁ ତାଙ୍କୁ ପରଦାରେ ଦେଖିବାକୁ ଅନାଇ ବସିଥିବା ଦର୍ଶକଙ୍କ ପାଇଁ ସୋମବାର ଘୋଷଣା ହୋଇଯାଇଛି ତାଙ୍କ ଆଗାମୀ ଫିଲ୍ମ ‘କିଶାନ୍’ । ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ‘କିଶାନ୍’ ଫିଲ୍ମ ବିଷୟରେ ଘୋଷଣା କରି ଚର୍ଚ୍ଚାରେ ନିର୍ଦ୍ଦେଶକ ଇ. ନିୱାସ ଏବଂ ସ୍କ୍ରିନରାଇଟର, ନିର୍ଦ୍ଦେଶକ ରାଜ ସାନ୍ଧିଆଲିଆ ।

ସେପଟେ ବିଗ୍ ବି ଅମିତାଭ ବଚ୍ଚନ ‘କିଶାନ୍‌’ର ପୁରା ଟିମକୁ ଶୁଭେଚ୍ଛା ଜଣାଇ ଏକ ଟ୍ବିଟ କରି ଲେଖିଛନ୍ତି, ‘ମୋର ଶୁଭେଚ୍ଛା ଏବଂ ଶୁଭକାମନା କିଶାନ୍ ଟିମ ସହ ଅଛି ।’ ଅମିତାଭଙ୍କ ଟ୍ବିଟରେ ସଙ୍ଗେ ସଙ୍ଗେ ପ୍ରତିକ୍ରିୟା ଦେଇ ସୋନୁ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅମିତାଭଙ୍କ ବ୍ୟତୀତ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ମଧ୍ୟ ଏହି ପ୍ରୋଜେକ୍ଟ ବିଷୟରେ କନଫର୍ମ କରିଛନ୍ତି । ସେ ଟ୍ବିଟରରେ ଏହାର ସୂଚନା ଦେଇ ଲେଖିଛନ୍ତି, ‘ସୋନୁ ନିର୍ଦ୍ଦେଶକ ଇ.ନିୱାସ ଏବଂ ରାଜଙ୍କ ଆଗାମୀ କିଶାନ୍ ପ୍ରୋଜେକ୍ଟରେ କାମ କରିବାକୁ ରାଜି ହୋଇଯାଇଛନ୍ତି । ଡ୍ରିମଗାର୍ଲ ଜରିଆରେ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ ଇ.ନିୱାସ । ଖୁବଶୀଘ୍ର ଫିଲ୍ମର ପ୍ରଯୋଜନା ଏବଂ କୋ-ଷ୍ଟାରକୁ ନେଇ ଘୋଷଣା କରାଯିବ ।’

ପ୍ରକାଶ ଥାଉକି ନିକଟରେ ସୋନୁ ନିଜ ଅଟୋବାୟୋଗ୍ରାଫି ‘I Am No Messiah’ ଲଞ୍ଚ କରିଥିଲେ । ଯେଉଁଥିରେ କୋରୋନା କାଳରେ ଲୋକଙ୍କ ସେବା କରିବା ପାଇଁ ସହିଥିବା ଦୁଃଖ ବିଷୟରେ ଆଲୋଚନା ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.