ETV Bharat / sitara

ସୋନୁଙ୍କ ନାଁରେ ଫେକ୍ ଫାଉଣ୍ଡେସନ, ଦୂରେଇ ରହିବାକୁ ଦେଲେ ଚେତାବନୀ - ଭାଇରାଲ ହେଲା ସୋନୁଙ୍କ ଟ୍ବିଟ

ସୋସିଆଲ ମିଡିଆରେ ସୋନୁଙ୍କ ନାଁରେ ଦେଖିବାକୁ ମିଳୁଛି ଅନେକ ଫେକ୍ ଫାଉଣ୍ଡେସନ । ଯାହାଦ୍ବାରା ଲୋକଙ୍କୁ ଲୁଟିବା ପାଇଁ ଚେଷ୍ଟା ଚଳାଇଛନ୍ତି କିଛି ଠକ୍ । ଅଧିକ ପଢନ୍ତୁ...

ସୋନୁଙ୍କ ନାଁରେ ଫେକ୍ ଫାଉଣ୍ଡେସନ
ସୋନୁଙ୍କ ନାଁରେ ଫେକ୍ ଫାଉଣ୍ଡେସନ
author img

By

Published : May 18, 2021, 10:25 AM IST

ମୁମ୍ବାଇ: କୋରୋନା ସଙ୍କଟ ମଧ୍ୟରେ ଲୋକଙ୍କୁ ସକ୍ରିୟ ଭାବରେ ସାହାଯ୍ୟ କରୁଥିବା ଅଭିନେତା ସୋନୁ ସୁଦ ସୋମବାର ଦେଶବାସୀଙ୍କୁ ଅନୁରୋଧ କରିଥିଲେ କିଛି ଠକେଇ ୱେବସାଇଟ୍‌ରୁ ବଞ୍ଚିବା ପାଇଁ । କାରଣ ତାଙ୍କ ନାମ ବ୍ୟବହାର କରି ଏକ ଫେକ୍ ଫାଉଣ୍ଡେସନ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଦାନ ମାଗୁଛନ୍ତି ।

ସୋସିଆଲ ମିଡିଆରେ ଏହାର ସୂଚନା ଦେଇ ସମସ୍ତଙ୍କୁ ଏହି ଫାଉଣ୍ଡେସନଠୁ ଦୂରେ ରହିବାକୁ କହିଛନ୍ତି ସେ । ସେହିପରି ସେ ପୋଷ୍ଟରେ ଲେଖିଛନ୍ତି, ‘ଦୟା କରି ସଚେତନ ହେବା ସହ ଏପରି ଠକେଇ ବିଷୟରେ ନିଜ ସ୍ଥାନୀୟ ପୋଲିସ ଥାନରେ ସୂଚନା ଦିଅନ୍ତୁ ।’

ସେହିପରି ସେ ଏହି ଫାଉଣ୍ଡେସନର ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଫେକ୍’ । ଏବେ ଭାଇରାଲ ହେଉଥିବା ସୋନୁଙ୍କ ଫେକ୍ ଫାଉଣ୍ଡେସନ ଲୋଗୋରେ ଲେଖାଯାଇଛି, ‘ଯଦି ଆପଣଙ୍କ ସୋନୁଙ୍କ ଟିମ ସହ ମିଶି ଦାନ କରିବାକୁ ଚାହୁଁଛନ୍ତି ତେବେ 1 ଟଙ୍କାରୁ ଆରମ୍ଭ କରି ଯେତେ ଦାନ କରିବାକୁ ଚାହୁଁଛନ୍ତି କରିପାରିବେ । ଦାନ କରିବା ପାଇଁ ତଳେ ଦିଆଯାଇଥିବା ଫୋନପେ ନମ୍ବର ବ୍ୟବହାର କରନ୍ତୁ ।’

ପ୍ରକାଶ ଥାଉକି ଗତ ବର୍ଷରୁ ଦେଶବାସୀଙ୍କ ସେବା କରିଆସୁଛନ୍ତି ସୋନୁ । ଯାହାର ଫାଇଦା ଉଠାଇ କିଛି ଠକ୍ ତାଙ୍କ ନାଁରେ ଫେକ୍ ଫାଉଣ୍ଡେସନ କରି ଲୋକଙ୍କୁ ଠକିବାକୁ ଚେଷ୍ଟା ଚଳାଇଛନ୍ତି । ଯାହାର ଖୁଲାସା ଅନେକଥର କରିସାରିଲେ ଅଭିନେତା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.