ETV Bharat / sitara

କେଜ୍ରିୱାଲଙ୍କୁ ଭେଟିଲେ ସୋନୁ, 'Desh ke Mentors'ର ହେବେ ବ୍ରାଣ୍ଡ ଆମ୍ବାସାଡର - ବ୍ରାଣ୍ଡ ଆମ୍ବାସାଡର

ଦିଲ୍ଲୀ ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ 'ଦେଶ କେ ମେଣ୍ଟର୍ସ'ର ବ୍ରାଣ୍ଡ ଆମ୍ବାସାଡର ହେବେ ଅଭିନେତା ସୋନୁ ସୁଦ । ଅଧିକ ପଢନ୍ତୁ...

'Desh ke Mentor'ର ବ୍ରାଣ୍ଡ ଆମ୍ବାସାଡର ହେବେ ସୋନୁ ସୁଦ
'Desh ke Mentor'ର ବ୍ରାଣ୍ଡ ଆମ୍ବାସାଡର ହେବେ ସୋନୁ ସୁଦ'Desh ke Mentor'ର ବ୍ରାଣ୍ଡ ଆମ୍ବାସାଡର ହେବେ ସୋନୁ ସୁଦ
author img

By

Published : Aug 27, 2021, 5:45 PM IST

Updated : Aug 27, 2021, 6:20 PM IST

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ 'ଦେଶ କେ ମେଣ୍ଟର୍ସ'ର ବ୍ରାଣ୍ଡ ଆମ୍ବାସାଡର ହେବେ ଅଭିନେତା ତଥା ସାମାଜିକ କର୍ମୀ ସୋନୁ ସୁଦ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି(ଶୁକ୍ରବାର) ସୋନୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ଖୁବଶୀଘ୍ର ଦିଲ୍ଲୀ ସରକାର ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଅଧୀନରେ ଶିକ୍ଷିତ ଲୋକମାନେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରାମର୍ଶଦାତା ହୋଇ ସେମାନଙ୍କୁ ମାର୍ଗଦର୍ଶନ କରାଇବେ। ସୋନୁ ନିଜେ ମଧ୍ୟ ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ପିଲାମାନଙ୍କ ପରାମର୍ଶଦାତା ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କେଜ୍ରିୱାଲଙ୍କୁ ଭେଟିଲେ ସୋନୁ, 'Desh ke Mentors'ର ହେବେ ବ୍ରାଣ୍ଡ ଆମ୍ବାସାଡର

ସୋନୁଙ୍କ ସହ ଭେଟିବା ପରେ କେଜ୍ରିୱାଲ କହିଛନ୍ତି ଯେ ଯେତେବେଳେ ବି ଯେକୌଣସି ଲୋକ ଅସୁବିଧାରେ ପଡ଼ନ୍ତି, ସୋନୁ ସେମାନଙ୍କ ନିକଟରେ ପହଞ୍ଚନ୍ତି । ସରକାର ଯାହା କରିବାକୁ ଅସମର୍ଥ ତାହା ସୋନୁ କରୁଛନ୍ତି । ସେମାନେ କିପରି କାର୍ଯ୍ୟ କରୁଛନ୍ତି ତାହା ଉପରେ ଉଭୟ ଆଲୋଚନା କରିଥିଲେ । ଦିଲ୍ଲୀ ସରକାରଙ୍କ ପାଇଲଟ୍ ପ୍ରୋଜେକ୍ଟ 'ଦେଶ କେ ମେଣ୍ଟର୍ସ' ଉପରେ କାର୍ଯ୍ୟ ଚାଲିଥିଲା, ଯାହାକୁ ସେପ୍ଟେମ୍ବରରେ ଲଞ୍ଚ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପ୍ରୋଜେକ୍ଟର ବ୍ରାଣ୍ଡ ଆମ୍ବାସାଡ଼ର ହେବେ ସୋନୁ ।

ସରକାରୀ ବିଦ୍ୟାଳୟରେ ପଢୁଥିବା ପିଲାମାନେ ଅଧିକାଂଶ ଗରିବ ଶ୍ରେଣୀର ହୋଇଥାନ୍ତି । ଏହି ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବା ପାଇଁ କେହିନଥାନ୍ତି । ଏହି ପିଲାମାନେ ପାଠ ପଢିବା ପାଇଁ କେଉଁଠାକୁ ଯିବେ ଏବଂ କିପରି ଯିବେ ସେ ସମ୍ପର୍କରେ ସେମାନେ ଜାଣନ୍ତି ନାହିଁ । ଏହି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦେଶର ଶିକ୍ଷିତ ଲୋକମାନଙ୍କୁ ଅପିଲ କରିଛନ୍ତି ।

ଏହି ଆଲୋଚନା ସମୟରେ ସୋନୁ ଦିଲ୍ଲୀର ଶିକ୍ଷା ବ୍ୟବସ୍ଥାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଯେକୌଣସି ବ୍ୟକ୍ତି ଭଲ କାମ କରିବାକୁ ଚାହିଁଲେ ତା' ପାଇଁ ଆପେ ଆପେ ବାଟ ଫିଟିଯାଇଥାଏ ବୋଲି ସେ କହିଛନ୍ତି । ତେବେ ସୋନୁ ଏହି କାର୍ଯ୍ୟରେ ସାମିଲ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ କେଜିରୱାଲ ଓ ସୋନୁଙ୍କ ଏହି ଆଲୋଚନାକୁ ନେଇ ଚର୍ଚ୍ଚା ମଧ୍ୟ କରାଯାଉଛି । ପଞ୍ଜାବ ବିଧାନସଭା ନିର୍ବାଚନ ଯୋଗୁଁ ସୋନୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 27, 2021, 6:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.