ETV Bharat / sitara

କଙ୍ଗନାଙ୍କ ବଲିଉଡ ଡ୍ରଗ୍ସ ବୟାନରେ ଏମିତି କହିଲେ ସୋନୁ

author img

By

Published : Jan 1, 2021, 10:38 AM IST

ସବୁବେଳେ କଙ୍ଗନାଙ୍କୁ ନିଜର ଭଲ ବନ୍ଧୁ କହୁଥିବା ସୋନୁ ଏଥର ତାଙ୍କ ଉପରେ ରାଗିଛନ୍ତି । କାରଣ କଙ୍ଗନାଙ୍କ ବିବାଦୀୟ ବୟାନକୁ ନାପସନ୍ଦ କରିଛନ୍ତି ସେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଗତ ବର୍ଷ କୋରୋନା କାଳରେ ଦେଶବାସୀଙ୍କ ସେବା କରି ସବୁ ମହଲରୁ ପ୍ରଶଂସା ପ୍ରାପ୍ତ କରିଥିଲେ ଲୋକପ୍ରିୟ ଅଭିନେତା ସୋନୁ ସୁଡ । ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ଆଜି ତାଙ୍କୁ ଭଗବାନଙ୍କ ସହ ତୁଳନା କରୁଛନ୍ତି ସମସ୍ତେ । ହେଲେ ଇତିମଧ୍ୟରେ ସେ ନିଜର ଏକ ସାକ୍ଷାତକାରକୁ ନେଇ ଚର୍ଚ୍ଚାରେ । କାରଣ ନିଜ ବୟାନରେ ସେ କଙ୍ଗନା ରଣାୱତଙ୍କୁ ଟାର୍ଗେଟ କରିଥିଲେ । ସେ କଙ୍ଗନାଙ୍କ ବଲିଉଡ ଡ୍ରଗ୍ସ ବୟାନ ଉପରେ ପ୍ରତିକ୍ରିୟା ଦେଇ ନିନ୍ଦା କରିଥିଲେ ।

ତେବେ କଥାଟି ହେଲା ଯେ କଙ୍ଗନା ନିକଟରେ କହିଥିଲେ ବଲିଉଡରେ 90 ଶତକଡା ଲୋକ ଡ୍ରଗ୍ସ ସେବନ କରନ୍ତି । ସେପଟେ ଏହାର ପ୍ରତି ଉତ୍ତରରେ ସୋନୁ କହିଥିଲେ, ‘ମୋର ଏଥିରେ ବହୁତ ଅସୁବିଧା ହୋଇଛି ଏବଂ ଏହା ଦେଖି ମତେ ଦୁଃଖ ମଧ୍ୟ ଲାଗିଲା ଯେ ଆମର କିଛି ଲୋକ ବଲିଉଡ ଇଣ୍ଡଷ୍ଟ୍ରି ବିରୁଦ୍ଧରେ କଥା ହେଉଛନ୍ତି ।’

ଖାଲି ଏତିକି ନୁହେଁ ସେ ଆହୁରି ମଧ୍ୟ କହିଥିଲେ, ‘ଏହି ଇଣ୍ଡଷ୍ଟ୍ରି ଅନେକ ଲୋକଙ୍କ ସ୍ବପ୍ନକୁ ପୂରଣ କରିଛି, ତେଣୁ ଯେତେବେଳେ ବି ଲୋକେ ଏହା ଉପରେ ଆଙ୍ଗୁଠି ଉଠାଆନ୍ତି, ତେବେ ଆମକୁ ଖରାପ ଲାଗିଥାଏ । ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ । ଇଣ୍ଡଷ୍ଟ୍ରିରେ ଆମ ଗୋଟିଏ ପରିବାର ଭଳି । ହେଲେ ଯେଉଁ ବନ୍ଧନ ଆମକୁ ବାନ୍ଧି ରଖିଥାଏ ତାହା ବର୍ତ୍ତମାନ ଗାଏବ୍ ହୋଇଯାଇଛି । ସେମାନେ କହିଛନ୍ତି ଯେ ସେମାନେ ଏହାର ଅଂଶ କିନ୍ତୁ ସେମାନେ ନିଜ ଚାରିପାଖରେ ଅନେକ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି । ଆମେ ସମସ୍ତେ ଏଥିରୁ ଶିଖିବା ଉଚିତ୍ । ଇଣ୍ଡଷ୍ଟ୍ରିର ଲୋକେ ସଫଳତାକୁ ଗୁରୁତ୍ବ ଦିଅନ୍ତି କିନ୍ତୁ ଯେତେବେଳେ ଆପଣ ସଫଳ ହୁଅନ୍ତି ନାହିଁ, କେହି ଆପଣଙ୍କୁ ପଚାରନ୍ତି ନାହିଁ । ଆମ ବଲିଉଡ ଲୋକଙ୍କ ପାଇଁ ଏହା ଶିଖିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.