ETV Bharat / sitara

ଶିବସେନାର କଟାକ୍ଷ, କଡା ଜବାବ ଦେଲେ ସୋନୁ

ସାମ୍ନାକୁ ଆସିଲା ସୋନୁ ସୁଦଙ୍କ ବଡ ବୟାନ । ନିକଟରେ ତାଙ୍କୁ ଟାର୍ଗେଟ କରିଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ବୟାନର ପ୍ରତିଉତ୍ତର ଦେଇଛନ୍ତି ସେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jun 9, 2020, 12:18 PM IST

ମୁମ୍ବାଇ: ଲକଡାଉନ ପାଇଁ ଅନ୍ୟ ସହରେ ଫସିଥିବା ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବାରେ ଲାଗିଛନ୍ତି ହ୍ୟାଣ୍ଡସମ ଆକ୍ଟର ସୋନୁ ସୁଦ । ତାଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ଭଗବାନର ଆଖ୍ୟ ମଧ୍ୟ ଦେଲେଣି ଲୋକେ । ତାଙ୍କ ଏହି କାର୍ଯ୍ୟକୁ ନେତାଙ୍କଠୁ ନେଇ ସେଲିବ୍ରିଟିଙ୍କ ମଧ୍ୟ ସମର୍ଥନ କରିବାରେ ଲାଗିଛନ୍ତି । ହେଲେ ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ନିକଟରେ ତାଙ୍କର ସମାଲୋଚନା କରି ଅନେକ କଥା କହିଥିଲେ । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଚାଲିଥିଲା । ସୋନୁ ଏହି କାର୍ଯ୍ୟ ରାଜନୀତିରୁ ପ୍ରେରଣାଦାୟକ ବୋଲି କହି ଚର୍ଚ୍ଚାରେ ଆସିଥିଲେ ସଞ୍ଜୟ ।

ଏବେ ସଞ୍ଜୟଙ୍କ ଏହି ବୟାନ ଉପରେ ସୋନୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ କାହାରି ପାଇଁ କିଛି ମଧ୍ୟ କରୁନାହାଁନ୍ତି । ସେ କେବଳ ପ୍ରବାସୀଙ୍କ ପାଇଁ କିଛି କରିବାକୁ ଚାହୁଁଥିଲେ । ସଞ୍ଜୟ ରାଉତ ଜଣେ ଭଲ ମଣିଷ ଆଉ ସେ ତାଙ୍କୁ ଖୁବ୍ ସମ୍ମାନ ମଧ୍ୟ ଦିଅନ୍ତି । ଉଦ୍ଧବ ଓ ଆଦିତ୍ୟ ଠାକରେଙ୍କ ସହ ତାଙ୍କ ସାକ୍ଷାତକାର ଭଲ ଥିଲା । ରାଜନୀତିରେ ଯୋଗ ଦେବା ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ । ସେ ଜଣେ ଅଭିନେତା ରୂପେ ନିଜ କାର୍ଯ୍ୟକୁ ଏନଜୟ କରୁଛନ୍ତି । ବର୍ତ୍ତମାନ ସେ ବହୁତ କିଛି କରିବାକୁ ଚାହୁଁଛନ୍ତି ।

ପ୍ରକାଶ ଥାଉକି ସଞ୍ଜୟ ତାଙ୍କୁ ଟାର୍ଗେଟ କରି କହିଥିଲେ ଯେ ବିଜେପି କହିବାରୁ ସେ ମଜୁରିଆଙ୍କୁ ନିଜ ନିଜ ଘରକୁ ପଠାଇବାରେ ବ୍ୟସ୍ତ ଅଛନ୍ତି । ଆଉ ସେ ଖୁବଶୀଘ୍ର ପଲଟିକାଲ ମୁଭ କରିବେ । ସଞ୍ଜୟଙ୍କ ଏହି ବୟାନକୁ ଅନେକ ନେତା ସମାଲୋଚନା ମଧ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.