ETV Bharat / sitara

ସୋନୁଙ୍କ ନାଁରେ ମଟନ୍ ଦୋକାନ, କହିଲେ ‘ମୁଁ ଶାକାହାରୀ’

author img

By

Published : May 31, 2021, 8:44 AM IST

ଅଭିନେତାଙ୍କ ସୋନୁଙ୍କ ନେଇ ନୂଆ ଚର୍ଚ୍ଚା । ତାଙ୍କ ନାମରେ ମଟନ୍ ଦୋକାନା ନାଁ ରଖିଲେ ଜଣେ ଫ୍ୟାନ୍ସ । ଯେଉଁଥିରେ ମଜାଦାର ପ୍ରତିକ୍ରିୟା ଦେଲେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦ ଗତ ବର୍ଷରୁ ଲୋକଙ୍କ ସେବାରେ ନିରନ୍ତର ଲାଗିଛନ୍ତି । ସୋସିଆଲ ମିଡିଆରେ ଅଭାବୀ ଲୋକଙ୍କ ଦୁଃଖ ଦେଖି ସଙ୍ଗେ ସଙ୍ଗେ ନିଜ ଟିମ ସହ ପହଞ୍ଚିଯାଉଛନ୍ତି ସାହାଯ୍ୟ ଓ ସହଯୋଗ କରିବା ପାଇଁ । ଗତ ବର୍ଷରୁ ଆରମ୍ଭ କରିଥିବା ଏହି ମହାନ କାମ ସେ ଏଯାବତ ଜାରି ରଖିଛନ୍ତି । ତାଙ୍କ ଏହି ସହଯୋଗ ପାଇଁ ତାଙ୍କୁ ଭଗବାନଙ୍କ ସହ ତୁଳନା କରୁଛନ୍ତି ସମସ୍ତେ ।

  • I am a vegetarian..
    N mutton shop on my name?🙈
    Can I help him open something vegetarian 😄 https://t.co/jYO40xAgRd

    — sonu sood (@SonuSood) May 30, 2021 " class="align-text-top noRightClick twitterSection" data=" ">

ଆଉ ଏଭଳି ପରିସ୍ଥିତିରେ ଲୋକେ ଭିନ୍ନ ଭିନ୍ନ ଶୈଳୀରେ ଅଭିନେତାଙ୍କୁ ଧନ୍ୟବାଦ ଦେଉଥିବାର ମଧ୍ୟ ନଜର ଆସିଛନ୍ତି । ଏବେ ପୁଣିଥରେ ଏମିତି ଦେଖିବାକୁ ମିଳୁଛି। କଥାଟି ହେଲା ଯେ ନିକଟରେ ଜଣେ ବ୍ୟକ୍ତି ତାଙ୍କ ନାମରେ ନିଜ ମଟନ ଦୋକାନର ନାମ ରଖିଥିଲେ । ଯାହା ଉପରେ ଏବେ ସୋନୁ ମଜାଦାର ପ୍ରତିକ୍ରିୟା ରଖିଛନ୍ତି ।

ତେଲୁଗୁ ଭାଷାରେ ଏକ ନ୍ୟୁଜ୍ ଭିଡିଓ ଉପରେ ସୋନୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତେଲେଙ୍ଗାନାର କରିମନଗରରେ ଏକ ମଟନ ଦୋକାନର ନାମକରଣ କରାଯାଇଛି। ସେହିପରି ସେ ଏହାର କ୍ୟାପସନରେ ଲେଖିଛନ୍ତି, ‘ମୁଁ ଜଣେ ଶାକାହାରୀ। ମୋ ନାମରେ ଏକ ମଟନ ଦୋକାନ ଅଛି। ମୁଁ ସେମାନଙ୍କୁ କିଛି ଶାକାହାରୀ ଦୋକାନ ଖୋଲିବାରେ ସାହାଯ୍ୟ କରିପାରିବି କି ?’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.