ETV Bharat / sitara

ମହାରାଷ୍ଟ୍ର ପୋଲିସକୁ 25 ହଜାର ଫେସ ସିଲ୍ଡ ଦେଲେ ସୋନୁ

author img

By

Published : Jul 17, 2020, 1:43 PM IST

ପୁଣି ନିଜ ମହାନ କାର୍ଯ୍ୟ ପାଇଁ ଛାଇଲେ ସୋନୁ ସୁଡ। ସେ କ୍ରମାଗତ ଭାବେ ଦେଶବାସୀଙ୍କ ସେବା କରିବାରେ ଲାଗିଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନୁ ସୁଧ

ମୁମ୍ବାଇ: ଦେଶରେ କୋରୋନା ପ୍ରକୋପ କମିବାର ନାଁ ନେଉନାହିଁ । ଆଉ ଗତ ତିନି, ଚାରି ମାସରୁ କୋରୋନା ବିରୋଧୀ ଲଢେଇ ଲଢିଆସୁଥିବା କୋରୋନା ଯୋଦ୍ଧାଙ୍କ ପାଇଁ ଯାହା ସମ୍ଭବ ତାହା କରିବାରେ ବ୍ୟସ୍ତ ଅନେକ ସେଲିବ୍ରିଟି । ଏହି କ୍ରମରେ ସର୍ବ ପ୍ରଥମ ନାମ ହ୍ୟାଣ୍ଡସମ ଆକ୍ଟର ସୋନୁ ସୁୃଡଙ୍କର ଅଛି । କାରଣ ସେ ଦୀର୍ଘ ସମୟରୁ କ୍ରମାଗତ ଭାବେ ଦେଶବାସୀଙ୍କୁ ସାହାଯ୍ୟ କରିଆସୁଛନ୍ତି। ଲକଡାଉନ ପାଇଁ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକ, ଦିନ ମଜୁରିଆ ଓ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ଘରେ ପହଞ୍ଚାଇବା ଅଭିଯାନ ଆରମ୍ଭ କରିଥିଲେ । ଯାହାଦ୍ବାରା ଅନେକ ଲୋକ ସୁରକ୍ଷିତ ନିଜ ଘରେ ପହଞ୍ଚିସାରିଛନ୍ତି । ତାଙ୍କ ଏହି ମହାନ୍ କାର୍ଯ୍ୟ ପାଇଁ ଆଜି ସବୁ ମହଲରେ ସେ ପ୍ରଶଂସା ପାଉଛନ୍ତି । ହେଲେ ଇତିମଧ୍ୟରେ ସେ ପୁଣି ମହାରାଷ୍ଟ୍ର ପୋଲିସକୁ ସହଯୋଗର ହାତ ବଢାଇଛନ୍ତି ।

ଆଜ୍ଞା ହଁ, ସେ ମହାରାଷ୍ଟ୍ର ପୋଲିସକୁ 25 ହଜାର ଫେସ ସିଲ୍ଡ ଦାନ କରିଛନ୍ତି । ଯାହର ସୂଚନା ଷ୍ଟେଟ ହୋମ ମିନିଷ୍ଟର ଅନିଲ ଦେଶମୁଖ ସୋସିଆଲ ମିଡିଆରେ ଦେଇଛନ୍ତି ।

ସେ ଏକ ଟ୍ବିଟରରେ ସୋନୁଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଛନ୍ତି, ‘ମୁଁ ଆମ ପୋଲିସ କର୍ମୀଙ୍କୁ 25 ହଜାର ଫେସ ସିଲ୍ଡ ଦେବା ପାଇଁ ସୋନୁ ସୁଧଙ୍କୁ ଧନ୍ୟବାଦ ଜଣାଉଛି।’ ପୁଣି ନିଜର ଏପରି କାର୍ଯ୍ୟ ପାଇଁ ସମସ୍ତଙ୍କ ହୃଦୟ କିଣିଛନ୍ତି ସୋନୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.