ETV Bharat / sitara

ରିଆ-ମହେଶଙ୍କ ହ୍ବାଟ୍ସଅପ ଚାର୍ଟ ଚର୍ଚ୍ଚା, ବିନାଶକାଳେ ବିପରୀତ ବୁଦ୍ଧି କହିଲେ ଶେଖର

ମହେଶଙ୍କ ଉପରେ ପ୍ରତିକ୍ରିୟା ଦେଇ ଆଶ୍ଚର୍ଯ୍ୟକର କଥା କହିଲେ ଶେଖର ସୁମନ । ସେ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଥିବାର ନଜର ଆସୁଛନ୍ତି ।

author img

By

Published : Aug 21, 2020, 7:57 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ କେସରେ ବାରମ୍ବାର ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ନାମ ସମ୍ପୃକ୍ତ ହେଉଥିବାର ଦେଖିବାକୁ ମିଳୁଛି । ମନି ଲଣ୍ଡରିଂ କେସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଆଙ୍କ ସହ ତାଙ୍କ ପରିବାରର ମଧ୍ୟ ବୟାନ ନେଇସାରିଲେଣି । ସେପଟେ ସୁଶାନ୍ତଙ୍କ କେସ ବର୍ତ୍ତମାନ ସିବିଆଇ ହାତରେ । ହେଲେ ଏବେ ଫେମସ ନିର୍ମାତା ମହେଶ ଭଟ୍ଟ ଓ ରିଆଙ୍କ ହ୍ବାଟ୍ସଅପ ଚାର୍ଟ ଚର୍ଚ୍ଚାର ବିଷୟ ପାଲଟିଛି । କଥାଟି ହେଲା ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ମହେଶ-ରିଆଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା । ଯାହାକୁ ଆଧାର କରି ଦୁଇଜଣଙ୍କୁ ଖୁବ୍ ଟ୍ରୋଲର କରାଯାଇଛି । ଆଉ ଏବେ ଭାଇରାଲ ହେଉଥିବା ଦୁଇଜଣଙ୍କ ହ୍ବାଟ୍ସଆପ ଚାର୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି ଫେମସ ଆକ୍ଟର ଶେଖର ସୁମନ ।

ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ମହେଶ ଭଟ୍ଟ ଜଣେ ଶିକ୍ଷିତ ବ୍ୟକ୍ତି। ବୁଦ୍ଧିଜୀବୀ । ହେଲେ କଥାରେ ଅଛି ବିନାଶକାଳେ ବିପରୀତ ବୁ୍ଦ୍ଧି । ତାଙ୍କ ସହ ମୋର ବହୁତ ଭଲ ସମୀକରଣ ଅଛି । କିନ୍ତୁ ଯଦି ଏହିପରି ତଥ୍ୟ ପ୍ରକାଶ ହେଉଛି ତେବେ ମୁଁ ଏହା ଉପରେ କିଛି କହିପାରିବି ନାହିଁ । ସେ ଜଣେ ବୁଝିବାସୁଝିବା ବ୍ୟକ୍ତି । ଏଥିପାଇଁ ମୁଁ ଏହା ଉପରେ କୌଣସି କମେଣ୍ଟ କରିପାରିବି ନାହିଁ । ଏହାର ଯାଞ୍ଚ ସିବିଆଇ କରୁ, ଯାହା ସମସ୍ତଙ୍କ ପାଇଁ ଠିକ୍।’

ପ୍ରକାଶ ଥାଉକି ଭାଇରାଲ ହେଉଥିବା ମହେଶ-ରିଆଙ୍କ ଚାର୍ଟ ବର୍ତ୍ତମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ସୁଶାନ୍ତଙ୍କ ବିଷୟରେ କିଛି କଥାବାର୍ତ୍ତା କରିଥିଲେ ଏହି ଦୁଇଜଣ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.