ETV Bharat / sitara

‘ସୁଶାନ୍ତ ମାମଲା ବନ୍ଦ ହେବା ଉଚିତ୍’ - ଭାଇରାଲ ହେଲା ଶେଖର ସୁମନଙ୍କ ଟ୍ବିଟ

ପୁଣି ସୁଶାନ୍ତଙ୍କ ପାଇଁ ଦୁଃଖି ନଜର ଆସିଲେ ଶେଖର । ଏଥର ତାଙ୍କ ମାମଲା ବନ୍ଦ କରିବାକୁ ସମସ୍ତଙ୍କୁ କଲେ ଆହ୍ବାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ
author img

By

Published : Dec 14, 2020, 2:19 PM IST

ମୁମ୍ବାଇ: କିଛି ମାସରୁ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା ଚଳାଇଛନ୍ତି ଅଭିନେତା ଶେଖର ସୁମନ । ସେ ପ୍ରାୟତଃ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଏହି ଅଭିଯାନରେ ସାମିଲ କରୁଥିବାର ନଜର ଆସନ୍ତି । ହେଲେ ଏଥର ସେ ତାଙ୍କ ମୃତ୍ୟୁ ମାମଲା ବନ୍ଦ କରିବାକୁ ଡିଜିଟାଲ ପ୍ଲାଟଫର୍ମରେ ଦାବି କରିଛନ୍ତି । ତାଙ୍କ ଅନୁଯାୟୀ ବର୍ତ୍ତମାନ ଏହି ମାମଲା ବନ୍ଦ ହେବା ଆବଶ୍ୟକ ଅଛି, କାରଣ ସୁଶାନ୍ତଙ୍କ ମୃତ୍ୟୁକୁ 6 ମାସ ବିତିଗଲାଣି ଏବଂ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରି ନାହିଁ ।

  • https://t.co/Bbh8Tq0oua wd be exactly half a year since SSR left dis world and yet we await d final verdict.Who r the culprits?N why r we all still crying 4 justice?Is there any hope left?Tom.let's each one of us unitedly raise our voices.#SSRDigitalProtest

    — Shekhar Suman (@shekharsuman7) December 13, 2020 " class="align-text-top noRightClick twitterSection" data=" ">
  • This is an appeal to all the news channels,newsprint,social media activists,to revisit Sushant's case tomorrow and demand for justice bcoz "Justice delayed is justice denied".The case needs a https://t.co/8cdOHtZvuf's bin 6 Months.#SSRDigitalProtestTomorrow

ସେ ଟ୍ବିଟ କରି ଲେଖିଥିଲେ, ‘ଆସନ୍ତାକାଲି ଏସଆରଏସ ଏହି ଜଗତ ଛାଡିବାର ଠିକ୍ ଛଅ ମାସ ହେବ ଏବଂ ତଥାପି ଆମେ ଚୂଡ଼ାନ୍ତ ରାୟକୁ ଅପେକ୍ଷା କରିଛୁ । ଦୋଷୀ କିଏ ? ଆଉ ​​କାହିଁକି ଆମେ ସମସ୍ତେ ନ୍ୟାୟ ପାଇଁ କାନ୍ଦୁଛୁ ? କୌଣସି ଆଶା ବାକି ଅଛି କି ? ଆସନ୍ତାକାଲି ଆସନ୍ତୁ ପ୍ରତ୍ୟେକ ମିଳିତ ଭାବରେ ଆମର ସ୍ବର ଉତ୍ତୋଳନ କରିବା । ଆସନ୍ତାକାଲି ସୁଶାନ୍ତଙ୍କ ମୃତ୍ୟୁ ମାମଲାର ପୁନର୍ବିଚାର କରିବା ଏବଂ ନ୍ୟାୟ ଦାବି ପାଇଁ ସମସ୍ତ ନ୍ୟୁଜ୍ ଚ୍ୟାନେଲ, ପ୍ରିଣ୍ଟ ମିଡିଆ ଏବଂ ସୋସିଆଲ ମିଡିଆ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଏହା ଏକ ଆବେଦନ, କାରଣ ନ୍ୟାୟ ବିଳମ୍ବ ହୋଇଛି । ଛଅ ମାସ ବିତିଯାଇଥିବାରୁ ମାମଲା ବନ୍ଦ ହେବା ଆବଶ୍ୟକ ଅଛି ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଶେଖର ଟ୍ବିଟରରେ ‘#ଜଷ୍ଟିସ୍‌ଫରସୁଶାନ୍ତ’ ଟ୍ରେଣ୍ଡ କରାଇଥିଲେ । ଖାଲି ଏତିକି ନୁହେଁ ସେ ସୁଶାନ୍ତଙ୍କ ଦୁଃଖରେ ଏବର୍ଷ ନିଜ ଜନ୍ମଦିନ ମଧ୍ୟ ପାଳନ କରିନଥିଲେ । ଗତ 7 ତାରିଖରେ ତାଙ୍କ ଜନ୍ମଦିନ 58ତମ ଜନ୍ମଦିନ ଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.