ମୁମ୍ବାଇ: କ୍ୟୁଟ ଆକ୍ଟର ଶାହିଦ କପୁର ଏଥର ସ୍ପୋର୍ଟ୍ସ ପର୍ସନ ହୋଇ ପରଦାକୁ ଫେରିବେ । ସେ ତେଲୁଗୁର ସୁପରଡୁପର ହିଟ୍ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକରେ ନଜର ଆସିବେ । ତାଙ୍କ ସହ ରୋମାନ୍ସ କରିବେ ଅଭିନେତ୍ରୀ ମୃଣାଳ ଠାକୁର । ବର୍ତ୍ତମାନ ଫିଲ୍ମର ସୁଟିଂ ଶେଷ କରି ଖୁସି ଅଛନ୍ତି ଷ୍ଟାରକାଷ୍ଟ । ଫିଲ୍ମ ସୁଟିଂ ହେବା ସୂଚନା ସୋମବାର ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଥିଲେ ଶାହିଦ ।
ସେ ଇନଷ୍ଟାଗ୍ରାମରେ ଷ୍ଟୋରିରେ ପୁରା ‘ଜର୍ସି’ ଟିମ ସହ କେକ କାଟୁଥିବାର ଏକ ଫଟୋ ପୋଷ୍ଟ କରିଥିଲେ । ଯାହା ଉପରେ ସେ ଲେଖିଛନ୍ତି, ‘2019 ଡିସେମ୍ବର 14ରୁ 2020 ଡିସେମ୍ବର 14 । ଏହା ହେଉଛନ୍ତି ମୋର ଡ୍ରିମ ଟିମ । ସମସ୍ତଙ୍କ ପାଇଁ ମୋ ହୃଦୟରୁ ସ୍ନେହ ଏବଂ ସମ୍ମାନ ।’
ଫିଲ୍ମ ସୁଟିଂ ଶେଷ ହେବା ଅବସରରେ ପୁରା ଟିମ ମିଶି ଏକାଠି କେକ କାଟି ସେଲିବ୍ରେଶନ କରିଥିଲେ । ସେହିପରି ଫଟୋରେ ଶାହିଦ ଓ ମୃଣାଳ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି । ଦେଖନ୍ତୁ ଫଟୋ...