ETV Bharat / sitara

ସନ୍ଦୀପ ଆତ୍ମହତ୍ୟା ମାମଲା: ବୋହୂ ବିରୋଧରେ ଅଭିଯୋଗ ଆଣିଲେ ପିତା

ସନ୍ଦୀପଙ୍କ ପତ୍ନୀ କଞ୍ଚନଙ୍କ ନାଁରେ ମାମଲା ରୁଜୁ । ସୋସିଆଲ ମିଡିଆରେ ସନ୍ଦୀପ ସେୟାର କରିଥିବା ଭିଡିଓକୁ ଆଧାର କରି ପିତା ଆଣିଲେ ଅଭିଯୋଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଦୀପ ନାହାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ଦୀପ ନାହାର
author img

By

Published : Feb 18, 2021, 7:19 AM IST

ମୁମ୍ବାଇ: ‘କେଶରୀ’ ଓ ‘ଏମଏସ ଧୋନି’ରେ ଅଭିନୟ କରିସାରିଥିବା ଅଭିନେତା ସନ୍ଦୀପ ନାହାର ଗତ 15 ତାରିଖରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଛି । ଆତ୍ମହତ୍ୟା ପୂର୍ବରୁ ସେ ସୋସିଆଲ ମିଡିଆରେ ସୁସାଇଡ ନୋଟ ଏବଂ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ବୈବାହିକ ଜୀବନରେ ଖୁସି ନାହାଁନ୍ତି ବୋଲି ଜଣାଇଥିଲେ । ସେପଟେ ଏହି ଭିଡିଓକୁ ଆଧାର କରି ସନ୍ଦୀପଙ୍କ ପିତା ଅଭିଯୋଗ ଆଣିଛନ୍ତି ।

ସେ ସନ୍ଦୀପଙ୍କ ପତ୍ନୀ କଞ୍ଚନ ଏବଂ ତାଙ୍କ ମା'ଙ୍କ ଉପରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ଗୋରେଗାଁ ପୋଲିସ ଧାରା 306 ଅନୁଯାୟୀ ଅଭିନେତା ସନ୍ଦୀପଙ୍କ ପତ୍ନୀ ଏବଂ ଶାଶୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ସନ୍ଦୀପଙ୍କ ପିତାଙ୍କ ଅଭିଯୋଗ ପରେ ଘଟଣାର ତଦନ୍ତ ଚାଲିଛି।

ପ୍ରକାଶ ଥାଉକି ସନ୍ଦୀପ ଫେସବୁକରେ ସେୟାର କରିଥିଲେ ଭିଡିଓ କହିଥିଲେ, ‘ଆଉ ବଞ୍ଚିବାକୁ ଇଚ୍ଛା ନାହିଁ । ଜୀବନରେ ବହୁତ ଖୁସି ଏବଂ ଦୁଃଖ ଦେଖିଛି । ପ୍ରତ୍ୟେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ମଧ୍ୟ ବର୍ତ୍ତମାନ ମୁଁ ଯେଉଁ ଆଘାତ ପାଉଛି ତାହା ସହନଶୀଳତା ବାହାରେ । ମୁଁ ଜାଣେ ଯେ ଆତ୍ମହତ୍ୟା କରିବା ଦୁର୍ବଳତା, କିନ୍ତୁ ମୁଁ କଣ ପାଇଁ ବଞ୍ଚିବି । କାରଣ ଜୀବନରେ ନା ଶାନ୍ତି ଅଛି ନା ଆତ୍ମାକୁ ସମ୍ମାନ ମିଳୁଛି ।’ ଖାଲି ଏତିକି ନୁହେଁ ସେ ଜଣାଇଲେ ତାଙ୍କ ପତ୍ନୀ କଞ୍ଚନ ସବୁବେଳେ ତାଙ୍କ ସହ ଝଗଡା କରୁଛନ୍ତି । ଏହାସହ ସେ ନିଜ ଆତ୍ମହତ୍ୟା ପାଇଁ କାହାରିକୁ ଦାୟୀ ମଧ୍ୟ କରିନଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.