ETV Bharat / sitara

କପିଲଙ୍କ ଆରୋଗ୍ୟ କାମନା କଲେ ରିତେଶ

author img

By

Published : Oct 23, 2020, 8:30 PM IST

ଟ୍ବିଟ କରି କପିଲଙ୍କ ପାଇଁ ପ୍ରାର୍ଥନା କଲେ ରିତେଶ । କାରଣ ଭେଟେରାନ କ୍ରିକେଟର କପିଲ ଦେବ ଅସୁସ୍ଥ। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିତେଶ ଦେଶମୁଖ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରିତେଶ ଦେଶମୁଖ

ମୁମ୍ବାଇ: କ୍ରିକେଟ କିମ୍ବଦନ୍ତୀ ତଥା ଟିମ ଇଣ୍ଡିଆର ପୂର୍ବତନ ବିଶ୍ବବିଜୟୀ କ୍ୟାପଟେନ କପିଲ ଦେବଙ୍କୁ ନେଇ ସାମ୍ନାକୁ ଆସିଛି ନୈରାଶ୍ୟଜନକ ଖବର । ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ନୂଆଦିଲ୍ଲୀର ଫୋର୍ଟିସ ଓକହଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ସୋସିଆଲ ମିଡିଆରେ ତାଙ୍କ ପାଇଁ ପ୍ରାର୍ଥନା ଆରମ୍ଭ କରିଦେଇଛନ୍ତି ।

ଏହି କ୍ରମରେ ସାମିଲ ଅଛନ୍ତି ଅଭିନେତା ରିତେଶ ଦେଶମୁଖ । ସେ ଟ୍ବିଟ କରିଛନ୍ତି, ‘କପିଲ ଦେବଙ୍କ ପାଇଁ ପ୍ରାର୍ଥନା କରୁଛି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ।’ ଏହାସହ ସେ କପିଲଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି ।

ଗୋଟିଏ ଫଟୋରେ ସେ ୱାର୍ଲ୍ଡ କଫ ଟ୍ରଫି ଧରିଥିବାର ନଜର ଆସୁଥିବା ବେଳେ ଦ୍ବିତୀୟ ଫଟୋରେ ସଟ୍ ଲଗାଉଥିବାର ଦେଖାଯାଉଛନ୍ତି । ପ୍ରକାଶ ଥାଉକି 1 ଅକ୍ଟୋବର 1978ରେ ପାକିସ୍ତାନ ବିପକ୍ଷରେ କପିଲ ଦେବ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିଲେ । ଆଉ 1983ରେ ଭାରତକୁ ନିଜ ନେତୃତ୍ବରେ ପ୍ରଥମ ବିଶ୍ବକପ ଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.