ମୁମ୍ବାଇ: ରିତେଶ ଦେଶମୁଖ ଗୁରୁବାର ଦିନ ସାଇବର ଠକେଇ ବିଷୟରେ ସମସ୍ତଙ୍କୁ ଚେତାବନୀ ଦେଇଛନ୍ତି, ଯାହା ଏକ ନିର୍ଦ୍ଦିଷ୍ଟ ଲିଙ୍କରେ କ୍ଲିକ୍ କରୁଥିବା ସେଲିବ୍ରିଟିଙ୍କ ଯାଞ୍ଚ ହୋଇଥିବା ଆକାଉଣ୍ଟକୁ ହ୍ୟାକ୍ କରିବାରେ ଲାଗିଛି । କାରଣ ନିକଟରେ ଅନେକ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍ ହୋଇଥିଲେ । ଏହି ମାମଲା ବିଷୟରେ ଆଲୋଚନା କରି ରିତେଶ ଏକ ପୋଷ୍ଟ ଜାରି କରିଛନ୍ତି । ଯାହା ଜରିଆରେ ସେ ସମସ୍ତଙ୍କୁ ଏଥିରୁ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବାକୁ ପାଇଁ କହିଛନ୍ତି ।
-
This is what i got on my @instagram DM - #CyberFraud #Beware @MahaCyber1 pic.twitter.com/3YWEz5rFpx
— Riteish Deshmukh (@Riteishd) January 7, 2021 " class="align-text-top noRightClick twitterSection" data="
">This is what i got on my @instagram DM - #CyberFraud #Beware @MahaCyber1 pic.twitter.com/3YWEz5rFpx
— Riteish Deshmukh (@Riteishd) January 7, 2021This is what i got on my @instagram DM - #CyberFraud #Beware @MahaCyber1 pic.twitter.com/3YWEz5rFpx
— Riteish Deshmukh (@Riteishd) January 7, 2021
ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମୁଁ ଏହା ପାଇଛି । ଇନଷ୍ଟାଗ୍ରାମ ଡିଆଏମ୍ । ସାଇବର ଠକେଇ । ସାବଧାନ ରୁହନ୍ତୁ । ମହା ସାଇବର ।’ ସେହିପରି ସେ ଯେଉଁ ସ୍କ୍ରିନସଟ୍ର ମେସେଜ ସେୟାର କରିଛନ୍ତି ସେଥିରେ ଲେଖାଯାଇଛି, ‘ଆପଣଙ୍କ ଆକାଉଣ୍ଟରେ ଥିବା ଏକ ପୋଷ୍ଟରେ କପିରାଇଟ୍ ଉଲ୍ଲଂଘନ ଚିହ୍ନଟ ହୋଇଛି । ଯଦି ଆପଣ କପିରାଇଟ୍ ଉଲ୍ଲଂଘନ ଭୁଲ ବୋଲି ଭାବୁଛନ୍ତି, ତେବେ ଆପଣଙ୍କୁ ମତାମତ ଦେବା ଉଚିତ୍ । ନଚେତ୍ ଆପଣଙ୍କ ଆକାଉଣ୍ଟ 24 ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ । ଆପଣ ନିମ୍ନ ଲିଙ୍କରୁ ମତାମତ ଦେଇପାରିବେ । ତଥ୍ୟ ବୁଝିବା ପାଇଁ ଧନ୍ୟବାଦ ।’
ପ୍ରକାଶ ଥାଉକି ଅନେକ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହେବା ଖବର ସାମ୍ନାକୁ ଆସିବା ପରେ ରିତେଶ ଏହି ଚେତାବନୀ ସମସ୍ତଙ୍କୁ ଦେଇଛନ୍ତି । ହ୍ୟାକ୍ ହୋଇଥିବା ଆକାଉଣ୍ଟ ଲିଷ୍ଟରେ ସାମିଲ ଅଛି ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ, ବିକ୍ରାନ୍ତ ମୈସୀ, ଉର୍ମିଲା ମାତୋଣ୍ଡେକର, ଫରାହ ଖାନ, ଆଶା ଭୋସଲେ ଏବଂ ଅଙ୍କିତ ତିୱାରି ।
@IANS