ETV Bharat / sitara

ମାୟାବତୀଙ୍କ ବିରୁଦ୍ଧରେ ଟିପ୍ପଣୀ ପଡିଲା ମହଙ୍ଗା, ୱାଇଲ୍ଡ ଆନିମଲ୍ସ ରାଷ୍ଟ୍ରଦୂତ ପଦରୁ ହଟିଲେ ରଣଦୀପ

author img

By

Published : May 29, 2021, 8:01 AM IST

ଭାଇରାଲ ହେଉଛି ରଣଦୀପ ହୁଡ୍ଡାଙ୍କ ପୁରୁଣା ଭିଡିଓ । ଯେଉଁଥିରେ ସେ ଜାତିଭିତ୍ତିକ ବୟାନ ଦେଇ ମାୟାବତୀଙ୍କୁ ଟିପ୍ପଣୀ କରିଥିଲେ । ଏବେ ହେଉଛନ୍ତି ସମାଲୋଚନାର ଶିକାର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣଦୀପ ହୁଡ୍ଡା

ମୁମ୍ବାଇ: ବହୁଜନ ସମାଜ ପାର୍ଟି (ବିଏସପି) ସଭାପତି ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ବିରୁଦ୍ଧରେ ବିବାଦୀୟ ବୟାନ ଦେଇ ହଟହଟା ହେଉଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡ୍ଡା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ତାଙ୍କ ପୁରୁଣା ଭିଡିଓ । ଯେଉଥିରେ ସେ ଏହି ବିବାଦୀୟ ବୟାନ ଦେଇଥିଲେ । ବର୍ତ୍ତମାନ ଏହାକୁ ଆଧାର କରି ତାଙ୍କର ସମାଲୋଚନା କରୁଛନ୍ତି ଅନେକ ଲୋକ । ଇତିମଧ୍ୟରେ ତାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି ।

ଶୁଣିବାକୁ ମିଳୁଛି ଯେ ମିଳିତ ଜାତିସଂଘ ମଧ୍ୟରୁ, ୱାଇଲ୍ଡ ଆନିମଲ୍ସ (ସିଏମ୍ଏସ୍)ର ସଂରକ୍ଷଣ ପ୍ରଜାତିର ସଂରକ୍ଷଣ ଚୁକ୍ତିର ରାଷ୍ଟ୍ରଦୂତ ପଦରୁ ତାଙ୍କୁ ହଟାଇ ଦିଆଯାଇଛି। ସେହିପରି ଏକ ବୟାନରେ କୁହାଯାଇଛି, ‘ଭିଡିଓରେ CMS ସଚିବାଳୟ ଏହି ମନ୍ତବ୍ୟକୁ ଆପତ୍ତିଜନକ ମନେ କରିଛି ଏବଂ CMS ସଚିବାଳୟ କିମ୍ବା ମିଳିତ ଜାତିସଂଘର ମୂଲ୍ୟ ପ୍ରତିଫଳିତ କରିନାହିଁ। ଏଥିପାଇଁ ରଣଦୀପଙ୍କୁ ବର୍ତ୍ତମାନ ରାଷ୍ଟ୍ରଦୂତ ପଦରୁ ହଟାଯାଉଛି ।’

କଥାଟି ହେଲା ଯେ ନଅ ବର୍ଷର ପୁରୁଣା ଭିଡିଓ ପାଇଁ ରଣଦୀପ ସୋସିଆଲ ମିଡିଆରେ ସମାଲୋଚନା ହେଉଛନ୍ତି । 2012ରେ ଏକ ମିଡିଆ ହାଉସ୍ ଦ୍ବାରା ଆୟୋଜିତ ହୋଇଥିବା ଇଭେଣ୍ଟ ସେ ମାୟାବତୀଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ କହିଥିଲେ ସେ ଜଣେ ଯୌନବାଦୀ । ନିକଟରେ ଏହି ଭିଡିଓକୁ ଜଣେ ୟୁଜର ସେୟାର କରିଥିଲେ । ଯାହାକୁ ନେଇ ଏବେ ବିବାଦ ଜୋର ଧରିଛି ।

ପ୍ରକାଶ ଥାଉକି ଅଭିନେତା ତିନି ବର୍ଷ ପାଇଁ ଫେବୃଆରୀ 2020ରେ ୱାଇଲ୍ଡ ଆନିମଲ୍ସ (CMS)ର ସଂରକ୍ଷଣ ପ୍ରଜାତିର ଚୁକ୍ତିନାମା ଉପରେ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.