ମୁମ୍ବାଇ: ପୁଣି କଳା ଜଗତରେ କୋରୋନା ଭୟ । ଟଳିଲା କିଛି ଫିଲ୍ମର ରିଲିଜ ତାରିଖ । ଏହି କ୍ରମରେ ସାମିଲ ଅଛି ବହୁବଳୀ ଫେମ ରାଣା ଦଗ୍ଗୁବତୀଙ୍କ ଜଙ୍ଗଲ ଆଡଭେଞ୍ଚ ଡ୍ରାମା ଫିଲ୍ମ ‘ହାତୀ ମେରେ ସାଥୀ’ । ଏମାସ 26ରେ ରିଲିଜ ହେବନି ଫିଲ୍ମ । ନିରାଶ ହେଲେ ଫ୍ୟାନ୍ସ । କୋଭିଡ -19 ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଏହି ଫିଲ୍ମର ରିଲିଜ ତାରିଖକୁ ସ୍ଥଗିତ ରଖାଯାଇଛି। ତେବେ ତେଲୁଗୁ ସଂସ୍କରଣ ‘ଅରନ୍ୟା’ ଏବଂ ତାମିଲ ସଂସ୍କରଣ ‘କାଦାନ’ 26 ମାର୍ଚ୍ଚର ନିଜସ୍ବ ନିର୍ଦ୍ଧାରିତ ତାରିଖରେ ରିଲିଜ ହେବ ।
- " class="align-text-top noRightClick twitterSection" data="
">
ଏନେଇ ଇରୋଜ୍ ଇଣ୍ଟରନ୍ୟାସନାଲ ସୋସିଆଲ ମିଡିଆରେ ସୂଚନା ଦେଇଛି। ଏକ ଅଧିକାରୀକ ବୟାନ ଜାରି କରି ପୋଷ୍ଟରେ ଲେଖାଯାଇଛି, ‘ଏହି ଖବର ସେୟାର କରି ଆମେ ଦୁଃଖି । ହେଲେ ହିନ୍ଦୀ ମାର୍କେଟରେ କୋଭିଡ-19 ସ୍ଥିତି ଦେଖି ହାତୀ ମେରେ ସାଥୀର ଟିମ ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ପରବର୍ତ୍ତୀ ସ୍ଥିତି ବିଷୟରେ ଆମେ ଆପଣଙ୍କୁ ଅବଗତ କରାଇବି । ତଥାପି, ଆମେ ମାର୍ଚ୍ଚ 26ରେ ସାଉଥ ମାର୍କେଟରେ ଅରନ୍ୟା ଏବଂ କାଦାନ ରିଲିଜ କରିବାକୁ ନିଷ୍ପତ୍ତି ନେଇଛୁ ।’
ପ୍ରକାଶ ଥାଉକି ‘ହାତୀ ମେରେ ସାଥୀ’ ଏକୁଟିଆ ଫିଲ୍ମ ନୁହେଁ ଯାହାର ରିଲିଜ ସ୍ଥଗିତ ରଖାଯାଇଛି । ଏହି କ୍ରମରେ ସାମିଲ ଅଛି ରାମ ଗୋପାଲ ବର୍ମାଙ୍କ ଆଗାମୀ ଫିଲ୍ମ ‘ଡି କମ୍ପାନୀ’ । ଏହି ଫିଲ୍ମର ରିଲିଜକୁ ଅଟକାଇ ଦିଆଯାଇଛି । ଯେଉଁଥିରେ ନଜର ଆସିବେ, ରଣଦୀପ ହୁଡ୍ଡା, ଚଙ୍କି ପାଣ୍ଡେ, ରୁଖସାର ରେହମାନ, ଇଶା କୋପିକର, ୟଶପାଲ ଶର୍ମା, ସୁଶାନ୍ତ ସିଂ, ଗୋଗା କପୁର, ଇଶରାତ୍ ଅଲ୍ଲୀ ଏବଂ ନାଗେଶ ଭୋନ୍ସଲେ ଭଳି ଷ୍ଟାର୍ସ ।