ETV Bharat / sitara

‘କେଦାରନାଥ’ ରିଲିଜକୁ 2 ବର୍ଷ, ସୁଶାନ୍ତଙ୍କ ବିଷୟରେ ଏମିତି କହିଲେ ନିତିଶ...

author img

By

Published : Dec 8, 2020, 9:10 AM IST

ଫିଲ୍ମ ‘କେଦାରନାଥ’ ସୁଟିଂ ସେଟରେ ପ୍ରଥମେ ନିତିଶଙ୍କ ସହ ଖରାପ ବ୍ୟବହାର କରିଥିଲେ ସୁଶାନ୍ତ । ଆଉ ପରେ ତାଙ୍କୁ ଚକଲେଟ୍ ପଠାଇ ମନାଇଥିଲେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିତିଶ ଭରଦ୍ବାଜ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନିତିଶ ଭରଦ୍ବାଜ

ମୁମ୍ବାଇ: ସୋମବାର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ ସାରା ଅଲ୍ଲୀ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘କେଦାରନାଥ’ ରିଲିଜକୁ ଦୁଇବର୍ଷ ପୂରଣ ହୋଇଥିଲା । ଏହି ଅବସରରେ ପୁଣି ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସୁଶାନ୍ତଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ସୋମବାର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା #2yearsofssraasmansoor । ସେହିପରି ସୁଶାନ୍ତଙ୍କ ଅନେକ ଫଟୋ ପୋଷ୍ଟ କରି ସମସ୍ତେ ଭାବୁକ ମଧ୍ୟ ନଜର ଆସୁଥିଲେ । ସେପଟେ ଫିଲ୍ମରେ ଅଭିନୟ କରିଥିବା ସୁଶାନ୍ତଙ୍କ କୋ-ଷ୍ଟାର ନିତିଶ ଭରଦ୍ବାଜ ମଧ୍ୟ ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଥିଲେ । ସେ ଫିଲ୍ମରେ ସାରାଙ୍କ ପିତା ଭୂମିକାରେ ଅଭିନୟ କରିଥିଲେ ।

ସେ ଏକ ସାକ୍ଷାତକାରରେ ଫିଲ୍ମରେ ସୁଶାନ୍ତଙ୍କ ସହ କାମ କରିବା ଅନୁଭୂତି ସେୟାର କରି ଜଣାଇଥିଲେ, ‘କେଦାରନାଥ ସୁଟିଂ ସିଡ୍ୟୁଲ ସମୟରେ ସୁଶାନ୍ତ ଏବଂ ସାରାଙ୍କ ସହିତ ଆମର ସମସ୍ତଙ୍କର ଭଲ ସମ୍ପର୍କ ଥିଲା । ସବୁକିଛି ବହୁତ ଭଲରେ ଶେଷ ହୋଇଥିଲା ଏବଂ ଏକାଠି ମଜାଦାର କାମ କରି ସମସ୍ତେ ଖୁସି ଥିଲୁ । ଫିଲ୍ମରେ ଏମିତି ଏକ ସିନ ଥିଲା ଯେଉଁଥିରେ ମତେ ସାରାଙ୍କୁ ଚାପୁଡା ମାରିବା ସହ ସୁଶାନ୍ତଙ୍କୁ ମଧ୍ୟ ମାରିବାର ଥିଲା । ଯେତେବେଳେ ଆମେ ମୁମ୍ବାଇରେ ସୁଟିଂ କରୁଥିଲୁ, ମୋର ମନେ ଅଛି ଯେ ସୁଟିଂର ପରଦିନ ସକାଳେ ସୁଶାନ୍ତ ମୋ ଘରକୁ ଆସିଥିଲେ ଏବଂ ଆମେ ରିହର୍ସଲ୍ କରିଥିଲୁ । ହେଲେ ମୁଁ ସେହି ସମୟରେ ଅନୁଭବ କରୁଥିଲି ଯେ ସୁଶାନ୍ତଙ୍କୁ ଘରୁ ବାହାର କରିଦେବାକୁ । କାରଣ ସେ ମତେ ଭିନ୍ନ ଉପାୟରେ ରିହର୍ସଲ କରିବାକୁ କହୁଥିଲେ । ଆଉ ମୁଁ ତାଙ୍କୁ ଜବାବ ଦେଇଥିଲି ଯେ ମତେ ନିର୍ଦ୍ଦେଶକ ଯେପରି କହିବେ ମୁଁ ସେପରି କରିବି । ଏହାର ପରେ ସୁଶାନ୍ତ ନିଜ ଭୁଲ ବୁଝି ମୋ ପାଖକୁ ଆସି କ୍ଷମା ମାଗିଥିଲେ । ଆଉ ସିନିୟର ଅଭିନେତା ହେବା ଯୋଗୁ ମତେ ସମ୍ମାନ ମଧ୍ୟ ଦେଇଥିଲେ । ଯାହାକୁ ମୁଁ କେବେ ଭୁଲି ପାରିବିନି । ଖାଲି ଏତିକି ନୁହେଁ ସେ ମୋ ସହ ଖରାପ ବ୍ୟବହାର କରିଥିବାରୁ ପଛରେ ମୋ ପାଇଁ ଚକଲେଟ ମଧ୍ୟ ପଠାଇଥିଲେ । ଏପରି ମଣିଷ ଥିଲେ ସୁଶାନ୍ତ ।’

ପ୍ରକାଶ ଥାଉକି ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘କେଦାରନାଥ’ 2018 ନଭେମ୍ବର 7ରେ ରିଲିଜ ହୋଇଥିଲା ଫିଲ୍ମ । ଯାହାକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା । ହେଲେ ଫିଲ୍ମ ରିଲିଜ ପରେ ସାରା ଓ ସୁଶାନ୍ତ ରିଲେସନଶିପରେ ରହିବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ଦୁଇଜଣ ପାଖାପାଥି 2 ବର୍ଷ ପରସ୍ପରକୁ ଡେଟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.