ETV Bharat / sitara

କୋରୋନା ସଂକ୍ରମିତ ନୁହେଁ ନୱାଜୁଦ୍ଦୀନ

author img

By

Published : May 18, 2020, 3:33 PM IST

ନିକଟରେ ଲୋକପ୍ରିୟ ଅଭିନେତା ନୱାଜୁଦ୍ଦୀନ ସିଦ୍ଦିକୀଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ଯାହାକୁ ନେଇ ସେ ଚର୍ଚ୍ଚାରେ ଆସିଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ

ମୁମ୍ବାଇ: ବି-ଟାଉନର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ଫ୍ୟାନ୍ସଙ୍କୁ ମିଳିଲା ଖୁସି ଖବର। ଯାହାକୁ ନେଇ ଖୁସିରେ ଝୁମି ଉଠିବେ ଫ୍ୟାନ୍ସ। କାରଣ ତାଙ୍କ କୋରୋନା ଟେଷ୍ଟ ନେଗେଟିଭ ବାହାରିଛି। ଏହି ରିପୋର୍ଟ ସାମ୍ନାକୁ ଆସିବା ମାତ୍ରେ ପରିବାର ଲୋକେ ଶାନ୍ତି ନିଶ୍ବାସ ମାରିଛନ୍ତି। ତାଙ୍କ କୋରୋନା ଟେଷ୍ଟ କରାଯିବାର କାରଣ ହେଲା ଯେ ଲକଡାଉନ ସମୟରେ ସେ ମୁମ୍ବାଇ ସରକାରଙ୍କ ପାଖରୁ ଅନୁମତି ନେଇ ନିଜ ହୋମଟାଉନ ଯାଇଥିଲେ।

ସେ ଉତ୍ତରପ୍ରଦେଶର ମୁଜାଫରନଗରରେ ଥିବା ନିଜ ଘରେ କ୍ବାରେଣ୍ଟାଇନରେ ଥିଲେ । ଯାହାପରେ ସେ ନିଜର କୋରୋନା ଟେଷ୍ଟ କରିଥିଲେ । ଯାହା ବର୍ତ୍ତମାନ ନେଗେଟିଭ ଆସିଛି । ସେ ଗତ 4 ଦିନରୁ ହୋମ କ୍ବାରେଣ୍ଟାଇନରେ ଥିଲେ।

ପ୍ରକାଶ ଥାଉକି ନିକଟରେ ଲଣ୍ଡନରୁ ଫେରିଥିବା ଫେମସ ଗାୟିକା କନିକା କପୁରଙ୍କ କୋରୋନା ସଂକ୍ରମିତ ହୋଇଥିଲେ। ହେଲେ ଏବେ ସେ ସୁସ୍ଥ ହୋଇ ନିଜ ପରିବାର ସହ ଘରେ ସମୟ ବିତାଉଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.