ETV Bharat / sitara

‘ଦ ଫ୍ୟାମିଲି ମ୍ୟାନ 2’କୁ ଫେରିବ ଭୟାନକ ଆତଙ୍କବାଦୀ ମୁସା - ଭାଇରାଲ ହେଲା ଦ ଫ୍ୟାମିଲି ମ୍ୟାନ 2 ସେଟରୁ ଭିଡିଓ

ମନୋଜଙ୍କ ଲୋକପ୍ରିୟ ୱେବ ସିରିଜ ‘ଦ ଫ୍ୟାମିଲି ମ୍ୟାନ ’2 ଆମାଜନ ପ୍ରାଇମରେ ରିଲିଜ ହେବାକୁ ବର୍ତ୍ତମାନ ପ୍ରସ୍ତୁତ । ବିଟିଏସ ଭିଡିଓ ସେୟାର କରି ଚର୍ଚ୍ଚାରେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୋଜ ବାଜପେୟୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନୋଜ ବାଜପେୟୀ
author img

By

Published : Jan 12, 2021, 3:27 PM IST

ମୁମ୍ବାଇ: ମନୋଜ ବାଜପେୟୀଙ୍କ ଚର୍ଚ୍ଚିତ ୱେବ ‘ସିରିଜ ଦ ଫ୍ୟାମିଲି ମ୍ୟାନ 2’ ଦେଖିବାକୁ ଏକ୍ସାଇଟେଡ ଫ୍ୟାନ୍ସ । ଏହି ସିରିଜରେ ସାଉଥ ଅଭିନେତ୍ରୀ ସାମନ୍ଥା ନଜର ଆସିବେ । ଏହା ତାଙ୍କ ପ୍ରଥମ ହିନ୍ଦୀ ୱେବ ସିରିଜ । ଇତିମଧ୍ୟରେ ସିରିଜକୁ ନେଇ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରୁଛି ଯେ କଣ ମୁସା ବଞ୍ଚିଛି । ମୁସା ହେଲେ ପ୍ରଥମ ସିରଜର ଭୟାନକ ଆତଙ୍କବାଦୀ । ଯାହାଙ୍କୁ ଅନେକ ଆତଙ୍କବାଦୀଙ୍କ ସହ ହତ୍ୟା କରିଥିଲେ ମନୋଜ । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

କଥାଟି ହେଲା ଯେ ମନୋଜ ସିରଜର ସେଟରୁ ବିଟିଏସ ଭିଡିଓ ଟ୍ବିଟରରେ ସେୟାର କରିଛନ୍ତି । ଯାହାର କ୍ୟାପସନରେ ଲେଖିଛନ୍ତି, ‘ସେ ଫେରିଆସିଛି । କଣ ସେ ସତରେ ଫେରିଆସିଛି ।’

ଟ୍ବିଟରରେ ପୋଷ୍ଟ କରାଯାଇଥିବା ଭିଡିଓରେ ଜେ.କେ ତାଲପଡେ ଉର୍ଫ ଶାରିବ ହାସମୀଙ୍କୁ ଭୟାନକ ଆତଙ୍କବାଦୀ ମୁସା ନଜର ଆସୁଥିବାର ଦେଖିବାକୁ ମିଳୁଛି । ଆପଣ ବି ଦେଖନ୍ତୁ ଭିଡିଓ...

ପ୍ରକାଶ ଥାଉକି କାହାଣୀରେ ଫିଲ୍ମରେ ଟ୍ବିଷ୍ଟ ଆଣିବାକୁ ଏଥର ମୁସାର ଭୂମିକା ପୁଣି ସିରିଜରେ ରଖିଛନ୍ତି ମେକର୍ସ । ଯାହା ବିଷୟରେ ଏଯାବତ ଟିମ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଦର୍ଶକଙ୍କୁ ସରପ୍ରାଇଜ ଦେବା ପାଇଁ ଏପର୍ଯ୍ୟନ୍ତ ମୌନ ଅଛନ୍ତି ମେକର୍ସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.