ମୁମ୍ବାଇ: ବଲିଉଡର ଜଣେ ଶାନଦାର ଅଭିନେତା ହେବା ସହ କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ଯ୍ୟନ ଜଣେ ଭଲ ଡାନ୍ସର ମଧ୍ୟ । ଅନେକ ଫିଲ୍ମରେ ତାଙ୍କ ଡାନ୍ସ ମୁଭ୍ସ ଦେଖିବାକୁ ମିଳିସାରିଛି । ଏଥର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ତାଙ୍କ ଜବରଦସ୍ତ ଡାନ୍ସ ଝଲକ । କାରଣ ଭଇରାଲ ହେଉଛି ତାଙ୍କ ନୂଆ ଡାନ୍ସ ଭିଡିଓ ।
- " class="align-text-top noRightClick twitterSection" data="
">
କଥାଟି ହେଲା ଯେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫେମସ ଗୀତରେ ଡାନ୍ସ କରୁଥିବାର ନଜର ଆସଛନ୍ତି କାର୍ତ୍ତିକ । ଯାହାର ଏକ ଭିଡିଓ ସେ ଇନଷ୍ଟାଗ୍ରାମରେ ସେୟାର କରି ଲେଖିଛନ୍ତି, ଡାନ୍ସ ଲାଇକ୍ ‘କେହି ଦେଖୁନାହାଁନ୍ତି’ ବୋଲି ଲେଖିବନି ।’
ପ୍ରକାଶ ଥାଉକି କରନ ଜୋହରଙ୍କ ଫିଲ୍ମ ‘ଦୋସ୍ତାନା 2’ରୁ ବାହାରିବା ପରେ ଆଉ ଦୁଇଟି ଫିଲ୍ମରୁ ବାଦ୍ ପଡିଛନ୍ତି କାର୍ତ୍ତିକ । କରନଙ୍କ ପରେ ଶାହରୁଖ ଖାନଙ୍କ ଆଗାମୀ ପ୍ରଯୋଜିତ ଫିଲ୍ମରୁ ତାଙ୍କୁ ବାହାର କରାଯାଇଥିଲା । ଏହାପରେ ଶୁଣିବାକୁ ମିଳିଲା ଯେ ଆନନ୍ଦ ଏଲ ରାୟଙ୍କ ଆଗାମୀ ଫିଲ୍ମରୁ ମଧ୍ୟ ଅଭିନେତାଙ୍କୁ ଆଉଟ୍ କରିଦିଆଯାଇଛି । ଯାହାକୁ ନେଇ ନିରାଶ ତାଙ୍କ ଫ୍ୟାନ୍ସ ।