ETV Bharat / sitara

ନେହାଙ୍କୁ କ୍ଷମା ମାଗିବା ଭିଡିଓକୁ ନେଇ ରାଗିଲେ ହିମାଂଶ

author img

By

Published : Nov 11, 2020, 8:06 AM IST

ନେହାଙ୍କ ବିବାହର କିଛି ଦିନ ପରେ ଚର୍ଚ୍ଚାରେ ଆସିଛନ୍ତି ହିମାଂଶ । ସୋସିଆଲ ମିଡିଆରେ ଘୁରିବୁଲୁଥିବା ଫେକ୍ ଭିଡିଓ ଉପରେ ଦେଲେ ପ୍ରତିକ୍ରିୟା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ପପୁଲାର ଗାୟିକା ନେହା କକ୍କର ବର୍ତ୍ତମାନ ନିଜ ମ୍ୟାରେଜ ଲାଇଫକୁ ଏନଜୟ କରୁଛନ୍ତି । ସେ ନିକଟରେ ପଞ୍ଜାବୀ ସିଙ୍ଗର ରୋହନପ୍ରୀତଙ୍କୁ ବିବାହ କରିଥିଲେ । ହେଲେ ଅନ୍ୟପଟେ ସୋସିଆଲ ମିଡିଆରେ ହଟହଟା ହେଉଛନ୍ତି ତାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ଅଭିନେତା ହିମାଂଶ କୋହଲି । ଏବେ ସେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫେକ୍ ଭିଡିଓକୁ ନେଇ ଖପ୍ପା ନଜର ଆସୁଛନ୍ତି । ଯେଉଁଥିରେ କୁହାଯାଇଛି ଯେ ସେ ବିବାହ ସମୟରେ ନେହାଙ୍କୁ କ୍ଷମା ମାଗିଥିଲେ । ଏହା ଉପରେ ପ୍ରତିକ୍ରିୟା ଦେଇ ବର୍ତ୍ତମାନ ଚର୍ଚ୍ଚାରେ ହିମାଂଶ ।

ଆଉ କହିଛନ୍ତି, ‘ମୁଁ ଭାବୁଛି ସୋସିଆଲ ମିଡିଆରୁ ଏପରି ମନିପ୍ୟୁଲେଟିଭ୍ ବିଷୟବସ୍ତୁ କେବେ ନିଷେଧ ହେବ । ଏବଂ ଏହି ସମସ୍ତ ନିର୍ବୋଧତା ଦ୍ବାରା କିଏ ଉପକୃତ ହେଉଛି? ଅଧିକ ଅସନ୍ତୋଷର ବିଷୟ ହେଉଛି ଲୋକେ ଏହାକୁ ସକ୍ରିୟ ଭାବରେ ସେୟାର କରୁଛନ୍ତି । ଦୟାକରି ଜାଗ୍ରତ ହୁଅ ଓ ଘୃଣା ଆଉ ଏହି ନକଲି ପୋଷ୍ଟ ବିସ୍ତାର କରିବା ବନ୍ଦ କର ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଶ କୋହଲି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମାଶ କୋହଲି

ସେ ଇନଷ୍ଟାଗ୍ରାମ ପୋଷ୍ଟରେ ଏହାକୁ ଲେଖିଛନ୍ତି । ଯେଉଁଥିରେ ନେହାଙ୍କୁ କ୍ଷମା ମାଗି କାନ୍ଦୁଥିବାର ନଜର ଆସୁଛନ୍ତି । ପ୍ରକାଶ ଥାଉକି ଦୁଇ ବର୍ଷ ପୂର୍ବେ ଏହି ଯୋଡିଙ୍କ ବ୍ରେକଅପ୍ ହୋଇଥିଲା । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । କାରଣ ଦୁଇଜଣଙ୍କ ଖୁଲମଖୁଲା ପରସ୍ପର ପ୍ରତି ସବୁବେଳେ ପ୍ରେମ ଦେଖାଉଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.