ETV Bharat / sitara

ରେଖାଙ୍କ ପରେ ଫରହାନଙ୍କ ଗାର୍ଡ କୋରୋନା ପଜିଟିଭ

author img

By

Published : Jul 16, 2020, 1:57 PM IST

ଫରହାନ ଅଖତରଙ୍କୁ ନେଇ ଚର୍ଚ୍ଚା । ସିଲ ହେଲା ବଙ୍ଗଳା । ତାଙ୍କ ଘରେ କୋରୋନା ପଜିଟିଭ ଚିହ୍ନଟ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫରହାନ ଅଖତର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫରହାନ ଅଖତର

ମୁମ୍ବାଇ: ନିକଟରେ ଏଭରଗ୍ରୀନ ଅଭିନେତ୍ରୀ ରେଖାଙ୍କ 5 ଜଣ ଗାର୍ଡ କୋରୋନା ପଜିଟିଭ ବାହାରିଥିଲେ । ହେଲେ ଏଯାବତ ରେଖା ନିଜ କୋରୋନା ଟେଷ୍ଟ କରାଇନାହାଁନ୍ତି । ଇତିମଧ୍ୟରେ ଆଉ ଜଣେ କଳାକାରଙ୍କ ଘରେ କୋରୋନା ପଜିଟିଭ କେସ ସାମ୍ନାକୁ ଆସିଛି । ଆଜ୍ଞା ହଁ, ଫେମସ ଆକ୍ଟର ଫରହାନ ଅଖତରଙ୍କ ଜଣେ ଗାର୍ଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କାରଣ ଫରହାନଙ୍କ ବଙ୍ଗଳା ରେଖାଙ୍କ ବଙ୍ଗଳା ପାଖରେ ।

ଏହିକୁ ଦୃଷ୍ଟିରେ ରଖି ବିଏମସି ଫରହାନଙ୍କ ଘରକୁ ସିଲ କରିବା ସହ କଣ୍ଟେନମେଣ୍ଟ ବୋର୍ଡ ମଧ୍ୟ ଲଗାଇଦେଇଛି । ଫରହାନ ନିଜ ମା' ହନି ଈରାନୀଙ୍କ ସହ ବାନ୍ଦ୍ରାରେ ରହୁଛନ୍ତି ।

ପ୍ରକାଶ ଥାଉକି ଧିରେ ଧିରେ କରି ଅନେକ ଷ୍ଟାର୍ସଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିବାରେ ଲାଗିଛି । ନିକଟରେ ଅନୁପମ ଖେରଙ୍କ ପରିବାର ଲୋକେ କୋରୋନା ସଂକ୍ରମିତ ହୋଇଥିଲେ । ସେହିପରି ବିଗ ବି ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟା ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ବଚ୍ଚନ ମଧ୍ୟ କୋରୋନା ପଜିଟିଭି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.