ETV Bharat / sitara

ଗଙ୍ଗାନଦୀରେ ମୃତଦେହ ଭାସିବା ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଫରହାନ-ପରିଣୀତି - ଆକ୍ଟର ଫରହାନ ଅଖତରଙ୍କ ନ୍ୟୁଜ

ଗଙ୍ଗା ନଦୀକୂଳରେ ଗଳିତ ମୃତଦେହ ପ୍ରସଙ୍ଗ ବର୍ତ୍ତମାନ ଦେଶବାସୀଙ୍କ ମନରେ ହଜାର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହା ଉପରେ କ୍ରୋଧିତ ନଜର ଆସୁଛନ୍ତି ବଲିଉଡର ଏହି ଦୁଇ ଷ୍ଟାର । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : May 13, 2021, 10:17 AM IST

ମୁମ୍ବାଇ: କିଛିଦିନରୁ ଗଙ୍ଗା ନଦୀକୂଳରେ ଗଳିତ ମୃତଦେହ ଦେଖିବାକୁ ମିଳୁଛି । ଗତ 11ରେ ଗଙ୍ଗାନଦୀ କୂଳରେ କୁଢକୁଢ ମୃତଦେହ ଠାବ କରାଯାଇଥିଲା । ଏହାପରେ ମଧ୍ୟ 12ରୁ ଉର୍ଦ୍ଧ୍ବ ମୃତଦେହ ଭାସୁଥିବା ଦେଖାଯାଇଛି । ଯାହା ଉପରେ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ଆସିଛନ୍ତି ଆକ୍ଟର ଫରହାନ ଅଖତର ଓ ପରିଣୀତି ଚୋପ୍ରା । ଏହି ଦୁହେଁ ଷ୍ଟାର ଏହି ଘଟଣାର ନିନ୍ଦା ମଧ୍ୟ କରିଛନ୍ତି ।

  • This pandemic seems to have brought out the worst in the humanity. Those bodies floating in rivers were lives lived; they were somebody’s mother, daughter, father or son. How would you feel if you were on that riverbank and saw your mother floating by?? UNTHINKABLE. Monsters.

    — Parineeti Chopra (@ParineetiChopra) May 12, 2021 " class="align-text-top noRightClick twitterSection" data=" ">

ସେହିପରି ଫରହାନ ଟ୍ବିଟ କରି ଲେଖିଛନ୍ତି, ‘ବହୁ ସଂଖ୍ୟାରେ ମୃତଦେହ ନଦୀରେ ଭାସୁଥିବା ଏବଂ ଏହାର କୂଳରେ ଦେଖିବାକୁ ମିଳୁଥିବା ଏହି ଖବର ସମ୍ପୂର୍ଣ୍ଣ ହୃଦୟ ବିଦାରକ। ଦିନେ କୋରୋନା ଭାଇରସ ପରାସ୍ତ ହେବେ କିନ୍ତୁ ସିଷ୍ଟମରେ ଏହି ବିଫଳତା ପାଇଁ ଉତ୍ତରଦାୟିତ୍ବ ରହିବା ଆବଶ୍ୟକ । ଏପର୍ଯ୍ୟନ୍ତ ମହାମାରୀ ଅଧ୍ୟାୟ ମଧ୍ୟ ବନ୍ଦ ହୋଇନାହିଁ।’

ଫରହାନଙ୍କ ବ୍ୟତୀତ ପରିଣୀତି ଏହାର ନିନ୍ଦା କରି ଲେଖିଛନ୍ତି, ‘ଏହି ମହାମାରୀ ମାନବିକତାର ସବୁଠାରୁ ଖରାପ ପରିସ୍ଥିତି ସୃଷ୍ଟି କରିଥିବା ଜଣାପଡିଛି। ନଦୀରେ ଭାସୁଥିବା ସେହି ମୃତଦେହ ଗୁଡ଼ିକ କାହାର ମା, ଝିଅ, ବାପା କିମ୍ବା ପୁଅ ହୋଇଥିବେ । ଯଦି ତୁମେ ସେହି ନଦୀ କୂଳରେ ଥାଆନ୍ତା ଏବଂ ତୁମ ମା ଭାସୁଥିବା ଦେଖି ତୁମେ କିପରି ଅନୁଭବ କରିଥାଆନ୍ତ? ଅବାଞ୍ଛିତ ରାକ୍ଷାସ ।’

ପ୍ରକାଶ ଥାଉକି ନିକଟରେ ଗଙ୍ଗାନଦୀ କୂଳରେ 50ରୁ ଉର୍ଦ୍ଧ୍ବ ମୃତଦେହ ଭାସୁଥିବା ଜଣାପଡିଥିଲା । ଏହା ପରେ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.