ETV Bharat / sitara

ବୁଢୀ ମାଉସୀଙ୍କ ଭିଡିଓ ପୋଷ୍ଟ କରି ଚର୍ଚ୍ଚାରେ ଦିଲଜିତ - ଦିଲଜିତ ଦୋସାଞ୍ଝଙ୍କ ଆଗାମୀ ଫିଲ୍ମ ସୂରଜ ପେ ମଙ୍ଗଲ ଭାରି

ଭାଇରାଲ ହେଲା ଦିଲଜିତଙ୍କ ନୂଆ ପୋଷ୍ଟ । ଏଥର ସେ କୌଣସି ଫିଲ୍ମ ସିନ୍ସ ନୁହେଁ ବରଂ ଜଣେ ବୁଢୀ ମାଉସୀଙ୍କ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିତ ଦୋସାଞ୍ଝ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଲଜିତ ଦୋସାଞ୍ଝ
author img

By

Published : Nov 3, 2020, 3:01 PM IST

ମୁମ୍ବାଇ: ନିଜ ଅପକମିଂ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’କୁ ନେଇ ଚର୍ଚ୍ଚାରେ ଫେମସ ଅଭିନେତା, ଗାୟକ ଦିଲଜିତ ଦୋସାଞ୍ଝ । ନିକଟରେ ଫିଲ୍ମର ଦମଦାର କମେଡି ଟ୍ରେଲର ରିଲିଜ କରିଥିଲେ ମେକର୍ସ । ଲୋକପ୍ରିୟ ମନୋଜ ବାଜପେୟୀ ଓ ଫାତିମା ସନା ସେଖ ମଧ୍ୟ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ହେଲେ ଦିଲଜିତ ଫିଲ୍ମ ବ୍ୟତୀତ ଆଉ ଏକ କାରଣ ପାଇଁ ଏବେ ଚର୍ଚ୍ଚାରେ। ସେ ସୋସିଆଲ ମିଡିଆରେ ଜଣେ ବୃଦ୍ଧ ମହିଳାଙ୍କ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ବୃଦ୍ଧ ମହିଳା ଏମିତି ବୟସରେ ମଧ୍ୟ କାମ କରି ପେଟ ପୋଷୁଥିବାର ଦେଖିବାକୁ ମିଳୁଛି ।

ଭିଡିଓଟି ଦେଖି ସମସ୍ତେ ଭାବୁକ । ସେ ନିଜ ପେଟ ପୋଷିବା ପାଇଁ ରାସ୍ତା କଡରେ ପରଠା ଓ ଚା' ବିକ୍ରି କରୁଛନ୍ତି । ଏହାକୁ ନେଇ ସେ କହିଛନ୍ତି, ‘ବଡ ବଡ ହୋଟେଲରେ ହଜାର ହଜାର ଟଙ୍କା ଖର୍ଚ୍ଚ କରିବା ପରେ ଲୋକେ ଖାଦ୍ୟ ଖାଆନ୍ତି କିନ୍ତୁ ମୋ ପାଇଁ ଏହା ସାମାନ୍ୟ କଥା ନୁହେଁ। ଆମ ପାଖରେ ମଧ୍ୟ ରୁଟି, ଡାଲି ତରକାରୀ ଶସ୍ତାରେ ମିଳୁଛି । ଆଉ ଏହାସହ ପରଠା ଓ ଚା' ମଧ୍ୟ ଅଛି । ସ୍ବାମୀ ନଥିବାରୁ ମୁଁ ଏହି କାମ କରୁଛି । ମୁଁ ବର୍ଷ ବର୍ଷ ଧରି ଏହି କାମ କରିଆସିଛି ଏବଂ ଏହାଦ୍ବାରା ପିଲାଙ୍କୁ ମଧ୍ୟ ପ୍ରତିପୋଷଣ କରିଛି ।’

ଦିଲଜିତ ଭିଡିଓ ସେୟାର କରି ଦିଲଜିତ କ୍ୟାପସନରେ ଲେଖିଛନ୍ତି, ‘ଫଗୱାଡା ଗେଟ ପାଖରେ ବସୁଛନ୍ତି ବିଜି । ଏବେ ତୁମର ଆମର ପରଠା । ଯେବେ ବି ମୁଁ ଜଲନ୍ଧର ଯିବି ତେବେ ଆପଣ ବି ନିଶ୍ଚିତ ଆସିବେ । ଭଗବାନଙ୍କ ଦ୍ବାରା ମିଳିଥିବା ଜିନିଷରେ ରହି କିଛି କିଛି ଲୋକଙ୍କୁ ହସିବା ଆସେ । ଯାହାକୁ କୁହାଯାଏ ସମ୍ମାନ ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.