ETV Bharat / sitara

ଦିଲୀପ-ରାଜଙ୍କ ପାକିସ୍ତାନୀ ଘର ସଂଗ୍ରହାଳୟରେ ପରିଣତ ପ୍ରକ୍ରିୟା ଆରମ୍ଭ - ପେଶୱାରର ଡେପୁଟି କମିଶନର ଖାଲିଦ ମହମୁଦ

ପାକିସ୍ତାନରେ ଥିବା ଦିଲୀପ ଓ ରାଜ କପୁରଙ୍କ ଘରକୁ ସଂଗ୍ରହାଳୟରେ ପରିଣତ କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ପାକିସ୍ତାନୀ ସରକାର । ପୂର୍ବରୁ ଏହାକୁ ନେଇ ଦେଖା ଦେଇଥିଲା ସମସ୍ୟା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : May 7, 2021, 11:40 AM IST

ମୁମ୍ବାଇ: ପାକିସ୍ତାନର ଖୈଇବରର ପଖତୁନଖା ପ୍ରାଦେଶିକ ସରକାର ସହରରେ ଥିବା ବଲିଉଡ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘରକୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ପେଶୱାରର ଡେପୁଟି କମିଶନର ଖାଲିଦ ମହମୁଦ ଏହି ଐତିହାସିକ ଅଟ୍ଟାଳିକାର ବର୍ତ୍ତମାନର ମାଲିକଙ୍କୁ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରି ସେମାନଙ୍କୁ ମେ 18ରେ ଡକାଇଛନ୍ତି। ଏହି ଦୁଇ ମାଲିକ ଖୈଇବର ପଖତୁନଖା ସରକାରଙ୍କ ଦ୍ବାରା ଧାର୍ଯ୍ୟ ମୂଲ୍ୟ ଉପରେ ନିଜର ଆପତ୍ତି ପଞ୍ଜିକରଣ କରିପାରିବେ। ଗୃହଗୁଡ଼ିକର ମୂଲ୍ୟ ବୃଦ୍ଧି ପାଇଁ ପ୍ରାଦେଶିକ ସରକାର କିମ୍ବା କୋର୍ଟ ନିର୍ଦ୍ଦେଶ ଦେଇପାରନ୍ତି।

ପୂର୍ବରୁ ପାକିସ୍ତାନରେ ଦିଲୀପଙ୍କ ଚାରି ମହଲା ବିଶିଷ୍ଟ ଘରର ମୂଲ୍ୟ ସରକାରଙ୍କ ଦ୍ବାରା 80 ଲକ୍ଷ 56 ହଜାରରେ ନିର୍ଦ୍ଧାରିତ ହୋଇଥିଲା । ଯାହା 101 ବର୍ଗ ମିଟରରେ ନିର୍ମିତ । ଅନ୍ୟପଟେ ରାଜ କପୁରଙ୍କ 151.75 ବର୍ଗରେ ଥିବା ଛଅ ମହଲା ବିଶିଷ୍ଟ ଘରର ମୂଲ୍ୟ 1 କୋଟି 50 ଲକ୍ଷ ଟଙ୍କା ସ୍ଥିର କରାଯାଇଥିଲା ।

ସେହିପରି ଦିଲୀପଙ୍କ ଘରର ମାଲିକ ସରକାରଙ୍କୁ 25 କୋଟି ଡିମାଣ୍ଡ କରିଥିବା ବେଳେ ରାଜଙ୍କ ମାଲିକ 200 କୋଟି ଟଙ୍କା ମାଗିଥିଲେ । ଦିଲୀପଙ୍କ ପୈତୃକ ଘରର ମାଲିକ ହାଜି ଲାଲ ମହମ୍ମଦଙ୍କ କହିବା ଅନୁଯାୟୀ ସେ 2005ରେ ସମସ୍ତ କାଗଜପତ୍ର ସହ 51 ଲକ୍ଷ ଟଙ୍କାରେ ଏହି ଘର କିଣିଥିଲେ । ଆଉ 16 ବର୍ଷ ପରେ ସରକାର 80 ଲକ୍ଷ କଥା କହି ଅନ୍ୟାୟ କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.