ETV Bharat / sitara

ତିନି ଫେମସ ଷ୍ଟାର୍ସଙ୍କୁ ନେଇ ଆସିବ ଅବ୍ବାସ-ମସ୍ତାନଙ୍କ ନୂଆ ପ୍ରୋଜେକ୍ଟ

author img

By

Published : Jul 24, 2020, 9:22 PM IST

ଏଥର ସ୍କ୍ରିନରେ ଏକାଠି ନଜର ଆସିବେ ଅର୍ଜୁନ, ବବି ଓ ସରମନ । ଡିଜିଟାଲ ଫିଲ୍ମରେ ଏହି ଷ୍ଟାର୍ସ କରିବାକୁ ଯାଉଛନ୍ତି କାମ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫେମସ ଫିଲ୍ମ ନିର୍ଦ୍ଦେଶକ ଯୋଡି ଅବ୍ବାସ-ମସ୍ତାନଙ୍କ ଡିଜିଟାଲ ଫିଲ୍ମ ‘ପେଣ୍ଟହାଉସ’ ଦୀର୍ଘ ସମୟରୁ ଚର୍ଚ୍ଚାରେ। ଏହି ମିଷ୍ଟ୍ରି ଥ୍ରିଲର ଫିଲ୍ମର ଦମଦାର ଷ୍ଟାରକାଷ୍ଟ ପାଇଁ ଚର୍ଚ୍ଚା ହେଉଛି । କାରଣ ଫିଲ୍ମରେ ଫେମସ ଅଭିନେତା ବବି ଦେଓଲ, ଅର୍ଜୁନ ରାମପାଲ ଓ ସରମନ ଯୋଶୀ ଭଳି ଅଭିନେତା ନଜର ଆସିବେ । ହେଲେ ଏଯାବତ ଫିଲ୍ମର ଅନ୍ୟ ଭୂମିକାକୁ ନେଇ କୌଣସି ଖୁଲାସା କରିନାହାଁନ୍ତି ମେକର୍ସ ।

ସେହିପରି ଅବ୍ବାସ-ମସ୍ତାନଙ୍କ ସହ ବବିଙ୍କ ଯୋଡି ପାଖାପାଖି 13 ବର୍ଷ ପରେ ଦେଖିବାକୁ ମିଳିବ। ଏହାପୂର୍ବରୁ ‘ସୋଲଜର’, ‘ଅଜନବି’, ‘ହମରାଜ’ ଓ ‘ନକାବ’ ଭଳି ଫିଲ୍ମରେ ଏକାଠି କାମ କରିଥିଲେ ଏହି ଯୋଡ। ଅନ୍ୟପଟେ ଅର୍ଜୁନ ଓ ସରମନ ପ୍ରଥମଥର ଅବ୍ବାସ-ମସ୍ତାନଙ୍କ ସହ କାମ କରିବାକୁ ଯାଉଛନ୍ତି।

ପ୍ରକାଶ ଥାଉକି ବର୍ତ୍ତମାନ ନିର୍ମାତା ମହାରାଷ୍ଟ୍ର ଫିଲ୍ମ, ଥିୟଟର ଆଣ୍ଡ କଲଚର ଡେଭଲପମେଣ୍ଟ ସହ ଫିଲ୍ମକୁ ନେଇ ଆଲୋଚନା କରୁଛନ୍ତି । ଫିଲ୍ମ ସୁଟିଂ ପାଇଁ ନିର୍ମାତା ମୁମ୍ବାଇର ଗୋରେଗାୱ ସ୍ଥିତ ଫିଲ୍ମସିଟିରେ ଏକ ବଡ ସେଟର ଆୟୋଜନ କରିବାକୁ ଅନୁମତି ଚାହୁଁଛନ୍ତି । ଶୁଣିବାକୁ ମିଳୁଛି ଯେ ଆସନ୍ତା ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ କରିବେ ନିର୍ମାତା । ଯାହା ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.