ETV Bharat / sitara

‘ମୁନ୍ନା ଭାଇ’ର ତୃତୀୟ ପାର୍ଟକୁ ନେଇ ରାଗିଲେ ସର୍କିଟ

author img

By

Published : Dec 26, 2020, 8:15 AM IST

ଚର୍ଚ୍ଚାରେ ଅର୍ଶଦ । ଏଥର ସେ ‘ମୁନ୍ନା ଭାଇ’ ଫ୍ରାଞ୍ଚାଇଜର ତୃତୀୟ ପାର୍ଟି ବିଷୟରେ ଆଲୋଚନା କରିଛନ୍ତି । ହେଲେ ଫିଲ୍ମ କେବେ ଆସିବ ସେ ମଧ୍ୟ ଜାଣିନାହାନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଶଦ ୱାରସୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅର୍ଶଦ ୱାରସୀ

ମୁମ୍ବାଇ: ଦୀର୍ଘ ସମୟରୁ ସୁପରହିଟ୍ ଫିଲ୍ମ ‘ମୁନ୍ନା ଭାଇ’ର ତୃତୀୟ ଭାଗକୁ ନେଇ ଚର୍ଚ୍ଚା । ସେପଟେ ଦର୍ଶକ ମଧ୍ୟ ଏହି କମେଡି ଡ୍ରାମା ଫିଲ୍ମର କାହାଣୀ ପୁଣି ପରଦାରେ ଦେଖିବାକୁ ନେଇ ବ୍ୟାକୁଳ । ଇତିମଧ୍ୟରେ ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖି ଚର୍ଚ୍ଚାରେ ଫିଲ୍ମର ସର୍କିଟ ଅର୍ଶଦ ୱାରସୀ । ସେ ଖୁଲାସା କରିଛନ୍ତି ଯେ ମୁନ୍ନା ଭାଇର ତୃତୀୟ ଭାଗ ପାଇଁ ତିନୋଟି ସ୍କ୍ରିପ୍ଟ ପ୍ରସ୍ତୁତ ଅଛି ହେଲେ ତାଙ୍କୁ ଲାଗୁନାହିଁ ଯେ ଏହି ଫିଲ୍ମ ନିକଟ ଭବିଷ୍ୟତରେ ନିର୍ମିତ ହେବ ବୋଲି । ନିର୍ଦ୍ଦେଶକ ରାଜକୁମାର ହିରାନୀ ଓ ନିର୍ମାତା ବିଧୁ ବିନୋଦ ଚୋପ୍ରା ଏହି ଫ୍ରାଞ୍ଚାଇଜର ଆରମ୍ଭ କରିଥିଲେ । ଯାହାର କାହାଣୀ ମୁନ୍ନାଭାଇ ନାମକ ଜଣେ ମୁର୍ଖ ଏବଂ ତାଙ୍କ ସାଥି ସର୍କିଟକୁ ନେଇ ଆଧାରିତ ।

ପ୍ରଥମ ଫିଲ୍ମ ‘ମୁନ୍ନା ଭାଇ’ ଏମବିବିଏସ 2003ରେ ରିଲିଜ ହୋଇଥିଲା । ସେହିପରି 2006ରେ ଏହାର ଦ୍ବିତୀୟ ଭାଗ ‘ଲଗେ ରହୋ ମୁନ୍ନା ଭାଇ’ ଆସିଥିଲା । ଏହି ସିରିଜର ବହୁ ପ୍ରତୀକ୍ଷିତ ତୃତୀୟ ପାର୍ଟ କିଛି ସମୟ ପାଇଁ ପ୍ରଡକ୍ସନ୍ ଅଧୀନରେ ଅଛି | ଅର୍ଶଦଙ୍କ ଅନୁଯାୟୀ, ଏହାର ନିର୍ମାଣରେ କାହିଁକି ବିଳମ୍ବ ହେଉଛି ସେ ଜାଣି ନାହାଁନ୍ତି ।

ସେ ଆହୁରି କହିଛନ୍ତି, ‘ଏହା ସବୁଠାରୁ ଭିନ୍ନ ବିଷୟ କାରଣ ତିନୋଟି ସ୍କ୍ରିପ୍ଟ ପ୍ରାୟ ପ୍ରସ୍ତୁତ ଏବଂ ନିର୍ମାତାମାନେ ମଧ୍ୟ ଫିଲ୍ମ କରିବାକୁ ଚାହୁଁଛନ୍ତି । ନିର୍ଦ୍ଦେଶକ, ଅଭିନେତା ଏବଂ ଦର୍ଶକ ମଧ୍ୟ ପ୍ରସ୍ତୁତ ଅଛନ୍ତି, ତଥାପି ଫିଲ୍ମ ନିର୍ମାଣ କରାଯାଉନାହିଁ ।’

ପ୍ରକାଶ ଥାଉକି ବିଦୁ ବିନୋଦ ଚୋପ୍ରା ଫେବୃଆରୀରେ କହିଥିଲେ ଯେ ଟିମ ‘ମୁନ୍ନା ଭାଇ’ର ତୃତୀୟ ପାର୍ଟ କାହାଣୀ ଉପରେ କାମ କରିଛି ଆଉ ଖୁବଶୀଘ୍ର ଫିଲ୍ମ ଆସିବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.