ETV Bharat / sitara

ଖିଲାଡିଙ୍କ ପରେ କିନ୍ନର ଲୁକରେ ମିଲିନ୍ଦ, ଭାଇରାଲ ଫଟୋ

author img

By

Published : Nov 10, 2020, 1:41 PM IST

ନେକେଡ ଫଟୋସୁଟ ପାଇଁ ସମସ୍ୟାରେ ଥିବା ମିଲିନ୍ଦଙ୍କ ଆଉ ଏକ ପୋଷ୍ଟ ଭାଇରାଲ । ଏଥର ସେ ସାଜିଛନ୍ତି କିନ୍ନର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମିଲିନ୍ଦ ସୋମନ

ମୁମ୍ବାଇ: ସୁପର ମଡେଲ ଓ ବଲିଉଡର ଅଭିନେତା ମିଲିନ୍ଦ ସୋମନ କିଛି ଦିନରୁ ବିବାଦ ଘେରରେ ରହିଆସୁଛନ୍ତି । ନିଜ ଜନ୍ମଦିନରେ ଉଲଗ୍ନ ଫଟୋସୁଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ ସେ । ଯାହାକୁ ଆଧାର କରି ତାଙ୍କ ନାମରେ ଅଶ୍ଳୀଳତା ବିସ୍ତାର କରିବା ଅଭିଯୋଗ ଲାଗି ଏକ ମାମଲା ମଧ୍ୟ ରୁଜୁ ହୋଇଛି । ହେଲେ ଇତିମଧ୍ୟରେ ସେ ପୁଣି ନିଜର ଜବରଦସ୍ତ ଫଟୋ ପୋଷ୍ଟ କରି ସମସ୍ତଙ୍କୁ ଆକର୍ଷିତ କରିଛନ୍ତି । ଯେଉଁଥିରୁ ଲାଗୁଛି ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ପଥ ଅନୁସରଣ କରିବା ପରି ।

ଶୁକ୍ରବାର ଅକ୍ଷୟଙ୍କ ହରର କମେଡି ଫିଲ୍ମ ‘ଲକ୍ଷ୍ମୀ’ ରିଲିଜ ହୋଇଥିଲା । ଆଶା ଅନୁଯାୟୀ ଫିଲ୍ମକୁ ପ୍ରତିକ୍ରିୟା ମିଳିନାହିଁ । ସେପଟେ କିନ୍ନର ଅବତାରରେ ନିଜର ଫଟୋ ସେୟାର କରି ଅକ୍ଷୟଙ୍କ ଲୁକ ଆପଣାଇଛନ୍ତି ମିଲିନ୍ଦ ।

ତେବେ ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ମୁଁ ମୁମ୍ବାଇର କର୍ଜତ ଅଞ୍ଚଳରେ କିଛି ବର୍ଷ ବିତାଇଥିଲି । ଏବେ ଚେନ୍ନାଇ ଯାଉଛି । ମୁଁ ଜାଣିଛି ଏବେ ହୋଲି ନୁହେଁ । ଯେତେବେଳେ ଆପଣଙ୍କୁ ଅଭିନୟ କରିବାକୁ ସୁଯୋଗ ମିଳେ ତେବେ ପ୍ରଶ୍ନ ପଚାରିବାକୁ ସମୟ ଏବଂ ସ୍ଥାନ ମିଳେ ନାହିଁ ।’

  • Spent the last few days in Karjat near Mumbai, now off to Chennai :) I know its not Holi but when you have the opportunity to act, you don't question time and space .. pic.twitter.com/wjC16RLnBQ

    — Milind Usha Soman (@milindrunning) November 10, 2020 " class="align-text-top noRightClick twitterSection" data=" ">

ତାଙ୍କ ଏହି ପୋଷ୍ଟରୁ ଫ୍ୟାନ୍ସ ଅନ୍ଦାଜ ଲଗାଉଛନ୍ତି ଯେ ହୁଏତଃ ସେ କୌଣସି ଫିଲ୍ମରେ କିନ୍ନର ଅବତାର ଧାରଣ କରିବେ । ଏବେ ଦେଖିବା ବାକି ରହିଲା ତାଙ୍କ ଏହି ନୂଆ ଅବତାର କେଉଁଥିରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.