ETV Bharat / sitara

ଇମରାନଙ୍କ ଫିଲ୍ମ ଛାଡିବାକୁ ନେଇ ଏମିତି କହିଲେ ବେଷ୍ଟଫ୍ରେଣ୍ଡ...

author img

By

Published : Nov 18, 2020, 1:22 PM IST

ବେଷ୍ଟଫ୍ରେଣ୍ଡ ଇମରାନଙ୍କ ପ୍ରଶଂସା କରି ତାଙ୍କ ଅଭିନୟ ଛାଡିବା ବିଷୟରେ କହିଲେ ଅକ୍ଷୟ । ଆଗାମୀ ଭବିଷ୍ୟତରେ ସେ ଭଲ ନିର୍ଦ୍ଦେଶକ କିମ୍ବା ଲେଖକ ହେବେ ବୋଲି ତାଙ୍କର ବିଶ୍ବାସ ଅଛି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଦୀର୍ଘ ସମୟରୁ ଫିଲ୍ମଠୁ ଦୂରେଇ ଥିବା ଆମୀର ଖାନଙ୍କ ଭଣଜା ତଥା ଅଭିନେତା ଇମରାନ ଖାନଙ୍କ ଅଭିନୟ ଛାଡିବା ବିଷୟରେ କହି ଚର୍ଚ୍ଚାରେ ଅଭିନେତା ଅକ୍ଷୟ ଓବରୟ । ସେ ଇମରାନଙ୍କ ବେଷ୍ଟଫ୍ରେଣ୍ଡ ମଧ୍ୟ । l ତାଙ୍କ ଅନୁଯାୟୀ ଇମରାନ ଭଲ କାରଣ ପାଇଁ ଅଭିନୟ ଛାଡିଛନ୍ତି ।

ନିକଟରେ ଅକ୍ଷୟ କହିଥିଲେ, ‘ଆଶା କରୁଛି ଯେ ଇମରାନ ଶୀଘ୍ର ଜଣେ ଲେଖକ ଏବଂ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବେ । ସେ ମୋର ଘନିଷ୍ଠ ବନ୍ଧୁ ଯାହାକୁ ମୁଁ ସକାଳ 4 ଟାରେ ମଧ୍ୟ କଲ କରିପାରିବି କାରଣ ଆମେ ପ୍ରାୟ 18 ବର୍ଷ ଧରି ପରସ୍ପରର ଭଲ ବନ୍ଧୁ ରୂପେ ରହିଆସୁଛୁ । ଖାଲି ଏତିକି ନୁହେଁ ଆମେ ଦୁହେଁ କିଶୋର ଆକ୍ଟିଂ ସ୍କୁଲରେ ଏକାଠି ଅଭିନୟ ଟ୍ରେନିଂ ମଧ୍ୟ ନେଇଥିଲୁ । ଇମରାନ କିଛି କ୍ଷଣ ପାଇଁ ଅଭିନୟ ଛାଡିଛନ୍ତି, ତାଙ୍କ ଭିତରେ ଜଣେ ଭଲ ଲେଖକ ଏବଂ ନିର୍ଦ୍ଦେଶକ ଅଛନ୍ତି ଏବଂ ସେ ହୁଏତ ଫିଲ୍ମର ନିର୍ଦ୍ଦେଶନା ଦେବା ପାଇଁ ନିଜର ଅନ୍ତର୍ନିହିତ ଦକ୍ଷତାକୁ ସମସ୍ତଙ୍କ ସାମ୍ନାକୁ ଆଣିପାରିବେ । ସିନେମା ପ୍ରତି ତାଙ୍କର ସମ୍ବେଦନଶୀଳତା ଏବଂ ବୁଝାମଣା ହେତୁ ଖାନ ଏକ ଚମତ୍କାର ଫିଲ୍ମ ନିର୍ମାଣ କରିବେ ବୋଲି ମୁଁ ବିଶ୍ବାସ କରୁଛି ।’

ପ୍ରକାଶ ଥାଉକି ଇମରାନ ଶିଶୁ କଳାକାର ରୂପେ ‘କୟାମତ ସେ କୟାମତ ତକ୍‌’ରେ ଅଭିନୟ କରିଥିଲେ । ସେ ଶେଷଥର ନିର୍ମାତା ନିଖିଲ ଆଡଭାନୀଙ୍କ ଫିଲ୍ମ ‘କଟି ବଟି’ରେ ନଜର ଆସିଥିଲେ । ତାଙ୍କ ସହ ଏହି ଫିଲ୍ମରେ କଙ୍ଗନା ରଣାୱତଙ୍କୁ ଦେଖିବାକୁ ମିଳିଥିଲା । ଗତ 5 ବର୍ଷରୁ ସେ ଫିଲ୍ମଠୁ ଦୂରେଇ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.