ETV Bharat / sitara

ଅର୍ପିତା-ଆୟୁଷଙ୍କ ଆନିଭର୍ସାରୀ, ଏମିତି ପରସ୍ପରକୁ କଲେ ୱିଶ

ଗତ 6 ବର୍ଷରୁ ବଲିଉଡର ଫେମସ କପଲ ଅର୍ପିତା ଓ ଆୟୁଷ ମ୍ୟାରେଜ ଲାଇଫ ଏନଜୟ କରିଆସୁଛନ୍ତି । ବୁଧବାର ସୋସିଆଲ ମିଡିଆରେ ସେଲିବ୍ରେଟ କରିଛନ୍ତି ମ୍ୟାରେଜ ଆନିଭର୍ସାରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ ଶର୍ମା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ ଶର୍ମା
author img

By

Published : Nov 19, 2020, 8:20 AM IST

ମୁମ୍ବାଇ: ଅଭିନେତା ଆୟୁଷ ଶର୍ମା ଓ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ବିବାହକୁ ବୁଧବାର 6 ବର୍ଷ ପୂରଣ ହୋଇଥିଲା । ଏହି ଅବସରକୁ ଖାସ କରିବା ପାଇଁ ଏକ ସ୍ପେଶାଲ ନୋଟ୍ ଲେଖି ପତ୍ନୀଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଥିଲେ ଆୟୁଷ । ସେ ଅର୍ପିତାଙ୍କ ସହ ନିଜର କିଛି ରୋମାଣ୍ଟିକ ଫଟୋ ପୋଷ୍ଟ କରି ଲେଖିଛନ୍ତି ମନ କଥା । ଯାହା ଉପରେ ତାଙ୍କ ବନ୍ଧୁ ତଥା ବଲିଉଡ ସେଲିବ୍ରିଟି କମେଣ୍ଟ କରିଥିବାର ଦେଖିବାକୁ ମିଳୁଛି । ଏହି କ୍ରମରେ ସାମିଲ ଅଛନ୍ତି କ୍ୟାଟ୍ରିନା କୈଫ, ଟାଇଗର ଶ୍ରଫ ଓ ବରୁଣ ଧୱନ ।

ବର୍ତ୍ତମାନ ଭାଇରାଲ ହେଉଥିବା ଫଟୋରେ ଆୟୁଷ ଲେଖିଥିଲେ, ‘ବିବାହ ବାର୍ଷିକ ଶୁଭେଚ୍ଛା ମୋ ପ୍ରେମର ଅର୍ପିତା । ଆମେ 6 ବର୍ଷ ହେଲା ବିବାହ କରିଛୁ କିନ୍ତୁ ଲାଗୁଛି ଯେ ମୁଁ ତୁମକୁ ସବୁଦିନ ପାଇଁ ଜାଣେ । 6 ବର୍ଷରୁ ତୁମ ପାଗଳାମି ସହ ପିଲାଳିଆମି ଗୁଣ ମତେ ସବୁବେଳେ ଖୁସି ଦେଇଆସୁଛି । ତୁମ ପରି ସାଥୀ ପାଇଥିବାରୁ ମୁଁ ଗର୍ବିତ । ତୁମକୁ ସବୁବେଳେ ଭଲ ପାଏ ଆଉ ପାଉଥିବି ମଧ୍ୟ ।’ ଏମିତି ପ୍ରଥମଥର ହୋଇଛି ଯେବେ ବିବାହ ବାର୍ଷିକରେ ନିଜର ଆଗାମୀ ଫିଲ୍ମର ସୁଟିଂ କରୁଥିବାରୁ ଅର୍ପିତାଙ୍କ ଠାରୁ ଦୂରରେ ଅଛନ୍ତି ।

ସେପଟେ ଅର୍ପିତା ମଧ୍ୟ ଇନଷ୍ଟାଗ୍ରାମରେ ଆୟୁଷଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇଛନ୍ତି । ଆଉ ଲେଖିଛନ୍ତି, ‘ମୋର ବନ୍ଧୁ ହେବା ଠାରୁ ଆରମ୍ଭ କରି ମୋର ସ୍ବାମୀ ହେବା ପର୍ଯ୍ୟନ୍ତ, ଆମେ ଏକତ୍ର ଯାତ୍ରା କରିବାକୁ ସ୍ଥିର କରିଥିବା ଯାତ୍ରାକୁ ମୁଁ ବହୁତ ଭଲ ପାଏ । ମୁଁ ଖୁସି ଯେ ଆମେ 6 ବର୍ଷ ପୂର୍ବେ ପରସ୍ପର ସହ ରହିବାକୁ ସ୍ଥିର କରିଥିଲେ । ଏହି ବିବାହ ବାର୍ଷିକ ପ୍ରଥମ ଥର ପାଇଁ ଆମେ ଏକାଠି ଉତ୍ସବ ପାଳନ କରୁନାହୁଁ କିନ୍ତୁ ତୁମେ ଯାହା ଭଲ କରିବାକୁ ଭଲ ପାଅ ତାହା କରି ମୁଁ ବହୁତ ଖୁସି । ଅନେକ ବର୍ଷର ସୁଖ, ଗପ, ଲଢେଇ ଓ ପାର୍ଥକ୍ୟ ମୁଁ ତୁମକୁ ବହୁତ ଭଲ ପାଏ ହେଲେ ଏବେ ତୁମକୁ ମିସ୍ କରୁଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.