ETV Bharat / sitara

ଲାଡଲୀ ଆୟତଙ୍କ ବର୍ଥଡେରେ ଇମୋସନାଲ ହେଲେ ଆୟୁଷ - ଆୟୁଷ ଶର୍ମା ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

ରବିବାର ଝିଅ ଆୟତଙ୍କ ପ୍ରଥମ ବର୍ଥଡେ ସେଲିବ୍ରେଶନ କରିଥିଲେ ଆୟୁଷ ଓ ଅର୍ପିତା । ମାମୁଁ ଭାଣେଜୀଙ୍କ ବର୍ଥଡେ ଗୋଟିଏ ଦିନରେ ସେଲିବ୍ରେଶନ କଲେ ପରିବାର । ଝିଅ ପାଇଁ ମନ କଥା ଲେଖିଲେ ଆୟୁଷ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Dec 28, 2020, 2:15 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ରବିବାର ନିଜର 55ତମ ଜନ୍ମଦିନ ପାଳନ କରିଥିଲେ । ସେପଟେ ତାଙ୍କ ଭାଣେଜି ଆୟତଙ୍କ ମଧ୍ୟ ପ୍ରଥମ ଜନ୍ମଦିନ ପାଳନ କରିଛନ୍ତି ପୁରା ପରିବାର । ଗତ ବର୍ଷ ସଲମାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମା, ଆୟତଙ୍କୁ ଜନ୍ମ ଦେଇଥିଲେ । କୁନି ଝିଅଙ୍କ ଦ୍ବାରା ସେ ସଲମାନଙ୍କୁ ଜନ୍ମଦିନର ସ୍ପେଶାଲ ଉପହାର ଦେଇଥିଲେ । ସେହିପରି ଝିଅର ପ୍ରଥମ ଜନ୍ମଦିନ ଅବସରରେ ସୋସିଆଲ ମିଡିଆରେ ଭାବବିହ୍ବଳ ପୋଷ୍ଟ କରି ଚର୍ଚ୍ଚାରେ ଅଭିନେତା ଆୟୁଷ ଶର୍ମା ।

ସେ ଇନଷ୍ଟାଗ୍ରାମରେ ଝିଅଙ୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଜନ୍ମଦିନର ଶୁଭେଚ୍ଛା ଆୟତ । ତୁମେ ଆମ ଜୀବନରେ ଆସିବାକୁ ଏକ ବର୍ଷ ପୂରଣ ହୋଇଛି । ତୁମେ ଆମ ଜୀବନକୁ ଅନେକ ଖୁସି ଏବଂ ପ୍ରେମ ଆଣି ଆସିଛ । ତୁମେ ବାସ୍ତବରେ ମତେ ଭଲ ମଣିଷ ଏବଂ ଅଧିକ ଦାୟିତ୍ବବାନ ପିତା ହେବାରେ ସାହାଯ୍ୟ କରିଛ । ତୁମେ ସବୁବେଳେ ଆଲୋକିତ ରୁହ ଆଉ ନିଜ ସୁନ୍ଦର ହସରେ ଏମିତି ସମସ୍ତଙ୍କୁ ପ୍ରେମ ବାଣ୍ଟ । ମୁଁ ତୁମଙ୍କୁ ମୋ ଜୀବନରେ ପାଇ ବହୁତ ଗର୍ବିତ ଅନୁଭବ କରୁଛି।‘

ପ୍ରକାଶ ଥାଉକି ଶନିବାର ରାତିରେ ସଲମାନ ନିଜେ ପନଭେଲ ସ୍ଥିତ ଫର୍ମାହାଉସରେ ନିଜ ବର୍ଥଡେ ସେଲିବ୍ରେଟ କରିଥିଲେ । ଏହି ପାର୍ଟିରେ ପରିବାର ସଦସ୍ୟ ସହ କିଛି ବନ୍ଧୁ ସାମିଲ ହୋଇଥିଲେ । ସେହିପରି ମିଡିଆ ସହ ମଧ୍ୟ ଜନ୍ମଦିନ କେକ କାଟିଥିଲେ ସଲମାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.