ମୁମ୍ବାଇ: ବଲିଉଡ ଆକ୍ସନ ଷ୍ଟାର ଟାଇଗର ଶ୍ରଫଙ୍କ ଆକ୍ସନ ଦେଖିବାକୁ ସବୁବେଳେ ବ୍ୟାକୁଳ ଥାଆନ୍ତି ଫ୍ୟାନ୍ସ । ତାଙ୍କ ଫିଟନେସ୍ ଦେଖି ସମସ୍ତେ ଦିୱାନା । ସେ ନିଜ ୱାର୍କଆଉଟ ପାଇଁ ଲୋକପ୍ରିୟତା ହାସିଲ କରିଛନ୍ତି । ଖାଲି ଏତିକି ନୁହେଁ ଡାନ୍ସରେ ମଧ୍ୟ ସେ ମାହିର । ତେବେ ତାହା ମାଇକେଲ ଜ୍ୟାକ୍ସନଙ୍କ କଠିନ ଷ୍ଟେପ୍ସ ହେଉ କିମ୍ବା କଡା ଷ୍ଟଣ୍ଟ ସବୁ କିଛି କରିକି ଦେଖାଆନ୍ତି ସେ । ଇତିମଧ୍ୟରେ ତାଙ୍କ ଫିଟନେସ୍ର ରାଜ ଖୋଲିଛନ୍ତି ତାଙ୍କ ଫିଟନେସ୍ ଟ୍ରେନର ।
ସେହିପରି ଟ୍ରେନର ଜଣାଇଛନ୍ତି ଯେ ଟାଇଗର ଫିଲ୍ମ ସୁଟିଂ ବ୍ୟତୀତ ୱେଟ୍ ଲିଫ୍ଟିଂ କିକ୍ସ ନହେଲେ ଜିମନାଷ୍ଟିକ କରି ନିଜ ସମୟ ବିତାନ୍ତି । ସାଧାରଣତଃ ସେ 12 ଘଣ୍ଟା ଟ୍ରେନିଂ ନିଅନ୍ତି । ଆଉ ଟ୍ରେନିଂ ସମୟରେ ସେ ନୂଆ ନୂଆ ସ୍କିଲ୍ସ ଟ୍ରାଏ କରନ୍ତି । ସେହିପରି ୱାର୍କଆଉଟ ବ୍ୟତୀତ ସେ ନୂଆ ନୂଆ ଡାନ୍ସ ଫର୍ମ ମଧ୍ୟ ଟ୍ରାଏ କରନ୍ତି ।
ଖାଲି ଏତିକି ନୁହେଁ ସେ ନିଜ ଫିଗର ଉପରେ ଅଧିକ ଧ୍ୟାନ ଦେବା ସହ ନିଜ ଡଏଟ କଣ୍ଟ୍ରୋଲ ମଧ୍ୟ କରନ୍ତି । ଯାହାଦ୍ବାରା ସେ ସବୁ ଷ୍ଟଣ୍ଟ ସହଜରେ କରିପାରନ୍ତି ବୋଲି କହିଛନ୍ତି ଟ୍ରେନର ।