ETV Bharat / sitara

Dasvi release date: ସାମ୍ନାକୁ ଆସିଲା ଫିଲ୍ମର ରିଲିଜ ଡେଟ୍‌, ଦଶମ ଫେଲ ମୁଖ୍ୟମନ୍ତ୍ରୀ ଭୂମିକାରେ ଜୁନିୟର ବଚ୍ଚନ

author img

By

Published : Mar 14, 2022, 5:22 PM IST

ବଲିଉଡର ଜୁନିଅର ବଚ୍ଚନ ଅର୍ଥାତ୍ ଅଭିଷେକ ବଚ୍ଚନଙ୍କ ଫିଲ୍ମ DASVI ଏପ୍ରିଲ 7 ରୁ ନେଟଫ୍ଲିକ୍ସରେ ଉପଲବ୍ଧ ହେବ । ଏହି ଚଳଚ୍ଚିତ୍ରରେ ଅଭିନେତା ଦଶମ ଫେଲ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିବେ । ଅଧିକ ପଢନ୍ତୁ

ସାମ୍ନାକୁ ଆସିଲା ଫିଲ୍ମର ରିଲିଜ ଡେଟ୍‌
ସାମ୍ନାକୁ ଆସିଲା ଫିଲ୍ମର ରିଲିଜ ଡେଟ୍‌

ହାଇଦ୍ରାବାଦ: ବଲିଉଡର ଜୁନିଅର ବଚ୍ଚନ ଅର୍ଥାତ୍ ଅଭିଷେକ ବଚ୍ଚନଙ୍କ ଫିଲ୍ମ 'DASVI' ଖୁବ୍‌ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ସୋମବାର (ମାର୍ଚ୍ଚ 14) ରେ ତୁଷାର ଜଲୋଟା ନିର୍ଦ୍ଦେଶିତ ଚଳଚ୍ଚିତ୍ର 'DASVI'ର ଟିଜର ଲଞ୍ଚ କରି ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଗତ ବର୍ଷ ଠାରୁ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ହେଉଛି ଏବଂ କୋଭିଡ -19 କାରଣରୁ ବାରମ୍ବାର ସ୍ଥଗିତ ରଖାଯାଉଥିଲା । ଅଭିଷେକ ବଚ୍ଚନଙ୍କ ବ୍ୟତୀତ ୟାମି ଗୌତମ ଏବଂ ନିମ୍ରତ କୌର ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମଟି ଏପ୍ରିଲ 7 ରୁ ନେଟଫ୍ଲିକ୍ସରେ ଉପଲବ୍ଧ ହେବ ।

ଅଭିଷେକ ବଚ୍ଚନ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ଫିଲ୍ମର ଟିଜରକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଜଣେ ଛାତ୍ର ଅନ୍ୟ ଜଣେ ଛାତ୍ରକୁ... ଦଶମ ପରୀକ୍ଷା ପାଇଁ ଅନେକ ଶୁଭକାମନା' ଟିଜର ବିଷୟରେ କହିବାକୁ ଗଲେ ଅଭିଷେକଙ୍କ ଚରିତ୍ରର ନାମ ହେଉଛି ଗଙ୍ଗରାମ ଚୌଧୁରୀ, ଯିଏ ଦେଶୀ ଅନ୍ଦାଜରେ କହୁଥିବାର ଦେଖାଯାଏ ଯେ, ହେ ଅପରାଧୀମାନେ, ଅଧିକ ଶବ୍ଦ କର ନାହିଁ... ମୁଁ ଦଶମ ଶ୍ରେଣୀ ପାଇଁ ପ୍ରସ୍ତୁତ ହେଉଛି, ମୋତେ ଜେଲରୁ ଦଶମ କରିବାକୁ ପଡିବ .. ମୋର ଶିକ୍ଷା ଅଧିକାର ।' ଏହି ଚଳଚ୍ଚିତ୍ରରେ ଅଭିନେତା ଦଶମ ଫେଲ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିବେ ।

ସୋସିଆଲ ରାଜନୈତିକ କମେଡି-ଡ୍ରାମା ଫିଲ୍ମ 'ଦସବୀ'ରେ ତୁଷାର ଜଲୋଟା ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହା ଆଜିର ସମାଜରେ ଶିକ୍ଷାର ମହତ୍ତ୍ବ ବିଷୟରେ ବାର୍ତ୍ତା ଦିଆଯାଇଛି । ଆପଣଙ୍କୁ କହିରଖୁଛୁ ଯେ ଅଧିକାଂଶ ସୁଟିଂ ଉତ୍ତରପ୍ରଦେଶରେ ହୋଇଛି, ଯେଉଁଥିରେ ଆଗ୍ରା ଏବଂ ରାଜଧାନୀ ଲକ୍ଷ୍ନୌ ଅନ୍ତର୍ଭୁକ୍ତ । ଏହି ଚଳଚ୍ଚିତ୍ରଟି ଜିଓ ଷ୍ଟୁଡିଓ ଏବଂ ଦୀନେଶ ଭିଜନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଅଭିଷେକ ବଚ୍ଚନଙ୍କୁ ଶେଷ ଥର ପାଇଁ 'ବବ୍ ବିଶ୍ବାସ' (2021) ରେ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.