ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ତାଙ୍କର 2013 ଚଳଚ୍ଚିତ୍ର 'ଧୁମ୍ 3'ରେ କାମ କରିବାର ଅଭିଜ୍ଞତା ସେୟାର କରିଛନ୍ତି । ଅଭିଷେକ 'ଧୁମ୍ 3'ରେ ଚୋର ଭାବରେ ଅଭିନୟ କରିଥିବା ସୁପରଷ୍ଟାର ଆମୀର ଖାନଙ୍କ ସହ କାମ କରି ବହୁତ ଖୁସି ହୋଇଥିଲେ । ଅଭିଷେକ ବର୍ତ୍ତମାନ ଚାହୁଁଛନ୍ତି ଯେ, 'ଠଗ୍ସ ଅଫ୍ ହିନ୍ଦୁସ୍ତାନ' ଅଭିନେତା ତାଙ୍କୁ ପରବର୍ତ୍ତୀ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦିଅନ୍ତୁ ।
- " class="align-text-top noRightClick twitterSection" data="
">
'ଧୁମ୍ 3'ରେ ଆମୀରଙ୍କ ସହ କାମ କରିବାର ଅଭିଜ୍ଞତା ବାଣ୍ଟି ଅଭିଷେକ ତାଙ୍କ ପୋଷ୍ଟରେ ଲେଖିଛନ୍ତି, 'ଧୁମ୍ 3' ଫିଲ୍ମ ମତେ ଆମୀରଙ୍କ ସହ କାମ କରିବାର ସୁଯୋଗ ଦେଇଛି । କିନ୍ତୁ, ଯଦି ମତେ ଆଉ ଏକ ସୁଯୋଗ ମିଳିବ ତାଙ୍କ ସହ କାମ କରିବାକୁ ତାହାଲେ ମୁଁ ତାଙ୍କ ସହ ଅଭିନୟ କରିବି ନାହିଁ । ବରଂ ମୁଁ ତାଙ୍କ ନିର୍ଦ୍ଦେଶନାରେ କାମ କରିବାକୁ ଚାହେଁ । ତେଣୁ ଆମୀର, ଯଦି ତୁମେ ଏହାକୁ ପଢୁଛ, ତେବେ ଦୟାକରି ମୋର ଅନୁରୋଧ ପ୍ରତି ଧ୍ୟାନ ଦିଅନ୍ତୁ । ମୁଁ କେବଳ କଳ୍ପନା କରିପାରିବି କି, ସେ ଜଣେ ମହାନ ନିର୍ଦ୍ଦେଶକ ହେବେ ଏବଂ ସେ ଜଣେ ବହୁତ ମଜାଳିଆ ବ୍ୟକ୍ତି ଅଟନ୍ତି ।
ଅଭିଷେକ 'ଧୁମ୍ 3' ରେ ଆମୀରଙ୍କ ସହ ସେହି ସ୍ମୃତିଗୁଡିକୁ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ଦୁହେଁ ଆମ୍ୟୁଜମେଣ୍ଟ ପାର୍କରେ ସୁଟିଂ କରିବା ସମୟରେ କିପରି ମଜା କରିବାର ସୁଯୋଗ ପାଇଥିଲେ । ଆଜିକାଲି ଅଭିଷେକ ତାଙ୍କର 20 ବର୍ଷର ବଲିଉଡ ଯାତ୍ରାକୁ ଇନଷ୍ଟାଗ୍ରାମରେ 'ରୋଡ୍ ଟୁ 20' ହ୍ୟାସଟ୍ୟାଗ ମାଧ୍ୟମରେ ସେୟାର କରୁଛନ୍ତି ।
ପରବର୍ତ୍ତୀ ସମୟରେ, ଅଭିଷେକ ଖୁବ୍ ଶୀଘ୍ର‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ରେ ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ସେ 'ବବ୍ ବିଶ୍ବାସ' ଏବଂ 'ଦ ବିଗ୍ ବୁଲ' 'ଭଳି ଫିଲ୍ମରେ ନଜର ଆସିବେ ।