ETV Bharat / sitara

ଅଭିଷେକଙ୍କ ଡେବ୍ୟୁ ସିରିଜର କଡା ଟକ୍କର, କାହା ସହ ଜାଣନ୍ତୁ

author img

By

Published : Jul 9, 2020, 5:33 PM IST

ଆସନ୍ତା ଶୁକ୍ରବାର ଓଟିଟି ପ୍ଲାଟଫର୍ମରେ ଅନେକ ୱେବ ସିରିଜ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ଅଭିଷେକ ବଚ୍ଚନଙ୍କ ଡେବ୍ୟୁ ସିରିଜ ବ୍ରେଥ: ଇନଟୁ ଦ ସ୍ୟାଡୋଜ ସାମିଲ ଅଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ଲଗାତାର 7 ଟି ଫ୍ଲପ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ଚର୍ଚ୍ଚାରେ । ସେ ଖୁବଶୀଘ୍ର ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଅନେକ ଦିନରୁ ଚର୍ଚ୍ଚା । ଏହା ଜରିଆରେ ସେ ଡିଜିଟାଲ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବେ ।

ତାଙ୍କ ଡେବ୍ୟୁ ୱେବ ସିରିଜ ‘ବ୍ରେଥ: ଇନଟୁ ଦ ସ୍ୟାଡୋଜ’କୁ ନେଇ ଚର୍ଚ୍ଚା । ନିକଟରେ ଏହାର ଦମଦାର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଥିଲେ ସମସ୍ତେ । ହେଲେ ତାଙ୍କର ଏହି ସିରିଜର କଡା ଟକ୍କର ହେବାକୁ ଯାଉଛି ଜି 5ରେ ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଥିବା ସାଇକୋଲଜିକାଲ ଥ୍ରିଲର ସିରିଜ ‘ମାଫିଆ’ ସହ । ଯାହା 6 ବନ୍ଧୁଙ୍କ କାହାଣୀକୁ ନେଇ ଆଧାରିତ । ଯେଉଁମାନେ 5 ବର୍ଷ ପରେ ବ୍ୟାଚଲର ପାର୍ଟି ପାଇଁ ମଧୁପୁର ଜଙ୍ଗଲକୁ ଯାଉଛନ୍ତି । ହେଲେ ସେଠାରେ ସେମାନଙ୍କ ସାମ୍ନା ନିଜ ଅତିତ ସହ ହେଉଛି ।

ଖାଲି ଏତିକି ନୁହେଁ ଏହି ସିରିଜ ବ୍ୟତୀତ ତାମିଲ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ଫିଲ୍ମ ‘ଡ୍ୟାନି’ର ପ୍ରିମିୟର ହେବ । ଅନ୍ୟପଟେ ଦେଶରେ ଫ୍ରିରେ ସବୁଠୁ ଅଧିକ ବ୍ୟବହାର ହେଉଥିବା ଦେଶୀ ପ୍ଲାଟଫର୍ମ ସୋନି ଲିଭରେ ମଧ୍ୟ ଶୁକ୍ରବାର ଏକ ଜବରଦସ୍ତ କ୍ରାଇମ ଥ୍ରିଲର ୱେବ ସିରିଜ ‘ଅନଦେଖି’ ରିଲିଜ ହେବ । ଏବେ ଦେଖିବା ବାକି ରହିଲା ଯେ ଏହି ସବୁ ୱେବ ସିରିଜକୁ ଅଭିଷେକଙ୍କ ଡେବ୍ୟୁ ସିରିଜ ମାତ ଦେଇପାରୁଛି କି ନାହିଁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.