ETV Bharat / sitara

ଡିଜିଟାଲ ଦୁନିଆରେ ଅଭିଷେକଙ୍କ ଯାଦୁ, ଆସିଲା ଟିଜର

author img

By

Published : Jun 24, 2020, 12:23 PM IST

ଫିଲ୍ମ ପରେ ଏବେ ଡିଜିଟାଲ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯ।ଉଛନ୍ତି ଅଭିଷେକ । ତାଙ୍କ ଡେବ୍ୟୁ ୱେବ ସିରିଜ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ର ଟିଜର ରିଲିଜ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ଆଉ କିଛି ଦିନ ପରେ ବଲିଉଡରେ 20 ବର୍ଷ ପୂରଣ କରିବାକୁ ଯ।ଉଛନ୍ତି ଜୁନିୟର ବଚ୍ଚନ ଅଭିଷେକ । ହେଲେ ଏବେଠୁ ସେ ସୋସିଆଲ ମିଡିଆରେ ସେଲିବ୍ରେଶନ ଆରମ୍ଭ କରିଦେଇଛନ୍ତି । ଏହାବ୍ୟତୀତ ସେ ନିଜ ଡିଜିଟାଲ ଡେବ୍ୟୁକୁ ନେଇ ମଧ୍ୟ ଚର୍ଚ୍ଚାରେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ଆଜ୍ଞା ହଁ, ସେ ଖୁବଶୀଘ୍ର ସିରିଜ ‘ବ୍ରେଥ ଇନଟୁ ଦ ସ୍ୟାଡୋଜ’ (Breathe Into The Shadows)ରେ ନଜର ଆସିବେ । ସିରିଜ ପ୍ରିମିୟର ଆରମ୍ଭ ହେବା ପୂର୍ବରୁ ସୋସିଆଲ ମିଡିଆରେ ସେ ଚହଳ ସୃଷ୍ଟି କରିଛନ୍ତି । କାରଣ ରିଲିଜ ହୋଇଯାଇଛି ସିରିଜର ଦମଦାର ଟିଜର । ସେହିପରି ଅଭିଷେକଙ୍କ ଫାଷ୍ଟଲୁକ ପୋଷ୍ଟର ମଧ୍ୟ ଜାରି ହୋଇଛି ।

ଏହି ଅବସରରେ ସେ ଇନଷ୍ଟାଗ୍ରାମରେ ଟିଜର ସେୟାର କରି ଲେଖିଛନ୍ତି, ‘ସବୁ କିଛି ପରକେକ୍ଟ ଥିଲା ପୁଣି ଏକଦା ସବୁ ବଦଳିଗଲା । କଣ ଆପଣ ଜାଣିଛନ୍ତି ଆମ ସିୟା କେଉଁଠାରେ ଅଛନ୍ତି ?’

ସିରିଜରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସାଉଥର ଫେମସ ଅଭିନେତ୍ରୀ ନିତ୍ୟା ମେନନ । ଅଭିଷେକ ତାଙ୍କ ଫାଷ୍ଟଲୁକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ମମା ହାର ମାନିବେ ନାହିଁ । ସିୟା ସେ ତୁମକୁ ଖୋଜି ପାଇବେ ।’

ପ୍ରକାଶ ଥାଉକି ନିକଟରେ ଅଭିଷେକଙ୍କ ରହସ୍ୟପୂର୍ଣ୍ଣ ଭୂମିକାର ଏକ ପୋଷ୍ଟର ରିଲିଜ କରାଯାଇଥିଲେ । ଯେଉଁଥିରେ ସେ ନିଖୋଜ ଥିବା ପିଲାର ପୋଷ୍ଟରକୁ ହାତରେ ଧରିଥିବାର ନଜର ଆସୁଥିଲେ ।

ଏହି କ୍ରାଇମ ଥ୍ରିଲର ଅବୁନ୍ଦିନ୍ତି ଏଣ୍ଟରଟେନମେଣ୍ଟ ଦ୍ବାରା ନିର୍ମିତ । ଯାହା ସହ ଅଭିଷେକ ନିଜର ଡିଜିଟାଲ ଡେବ୍ୟୁ କରୁଛନ୍ତି । ଜୁଲାଇ 10 ତାରିଖରେ ରିଲିଜ ହେବାକୁ ଯାଉଛି ଏହି ସିରିଜ । ଆମାଜନ ପ୍ରାଇମ ଭିଡିଓରେ 200 ଦେଶର ଦର୍ଶକ ଏହି ସିରିଜ ଦେଖିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.