ETV Bharat / sitara

ଐଶଙ୍କ ହନିମୁନ ଫଟୋ ସେୟାର କଲେ ଅଭିଷେକ

ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ ଆଜି ନିଜର 12 ବିବାହ ବାର୍ଷିକୀ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଦୁଇ ଜଣଙ୍କ ଫଟୋ ।

author img

By

Published : Apr 20, 2019, 7:52 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ ଐଶ୍ଚର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ବଲିଉଡର ସବୁଠାରୁ ଆଦର୍ଶ କପଲ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ 12 ବର୍ଷ ପୂରଣ ହୋଇଛି । ଦୁଇଜଣ 12ତମ ୱେଡିଂ ଆନିଭର୍ସରୀ ପାଳନ କରିବାକୁ ମାଳଦ୍ବୀପରେ ପହଞ୍ଚିଛନ୍ତି । ନିଜ ଝିଅ ଆରାଧ୍ୟାଙ୍କ ସହ ଐଶ ଓ ଅଭିଷେକ ଛୁଟି କାଟିବାରେ ବ୍ୟସ୍ତ ଅଛନ୍ତି । ଏହି ଅବସରରେ ଦୁଇଜଣ ସୋସିଆଲ ମିଡିଆ ଜରିଆରେ ମଧ୍ୟ ଫ୍ୟାନ୍ସ ସହ ସେଲିବ୍ରେଟ କରୁଥିବାର ଦେଖାଯାଇଛନ୍ତି ।

ମାଳଦ୍ବୀପରୁ ଦୁଇଜଣ ଶାନଦାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିବାରେ ଲାଗି ପଡିଛନ୍ତି । ଅନ୍ୟପଟେ ଅଭିଷେକ ପତ୍ନୀ ଐଶଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହାସହ ସେ କ୍ୟାପସନ ଲେଖିଛନ୍ତି, 'ହନୀ ଆଣ୍ଡ ମୁନ' । ଐଶଙ୍କ ଏହି 'ହନୀମୁନ' ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେହିପରି ଐଶ ମଧ୍ୟ ସ୍ବାମୀ ଅଭିଷେକଙ୍କ ସହ ଏକ ଶାନଦାର ଫଟୋ ସେୟାର କରି ସ୍ନେହଭରା କ୍ୟାପସନ ମଧ୍ୟ ଲେଖିଛନ୍ତି । ପ୍ରକାଶ ଥାଉକି 2007 ଏପ୍ରିଲ 20ରେ ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.