ETV Bharat / sitara

ଖାସ୍ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଲେ ଅଭିଷେକ

author img

By

Published : Aug 11, 2020, 2:59 PM IST

ନିକଟରେ ଅଭିଷେକଙ୍କ କୋରୋନା ଟେଷ୍ଟ ନେଗେଟିଭ ଆସିଥିଲା । ଯାହାପରେ ସେ ନାନବାତୀ ହସ୍ପିଟାଲରୁ ଡିସଚାର୍ଜ ନେଇ ଘରକୁ ଫେରିଥିଲେ । ଏବେ ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଧନ୍ୟବାଦ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ

ମୁମ୍ବାଇ: ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ ନିକଟରେ କୋରୋନା ସଂକ୍ରମଣରୁ ମୁକ୍ତ ହୋଇ ଘରକୁ ଫେରିଥିଲେ । ସେ ଜୁଲାଇ 11 ତାରିଖରୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି ଥିଲେ । ତାଙ୍କ ସୁସ୍ଥ କାମନା ନେଇ ଫ୍ୟାନ୍ସ ସୋସିଆଲ ମିଡିଆରେ କ୍ରମାଗତ ଭାବେ ଟ୍ବିଟ କରୁଥିବାର ଦେଖିବାକୁ ମିଳୁଥିଲା । ତାଙ୍କୁ ମେସେଜ କରି ପ୍ରାୟତଃ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ବୁଝୁଥିଲେ ସମସ୍ତେ । ଫ୍ୟାନ୍ସଙ୍କ ଏହି ପ୍ରେମ ଆଉ ସ୍ନେହ ପାଇଁ ଅଭିଷେକ ଖାସ୍ ଅନ୍ଦାଜରେ ଧନ୍ୟବାଦ ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ଶବ୍ଦ କେବେ ପର୍ଯ୍ୟପ୍ତ ହେବନାହିଁ ଆପଣଙ୍କୁ ଧନ୍ୟବାଦ ଦେବା ପାଇଁ ।’ ସେହିପରି ସେ ଭିଡିଓରେ ଫ୍ୟାନ୍ସଙ୍କ ମେସେଜର ସ୍କ୍ରିନସଟ ଲଗାଇଥିବାର ଦେଖାଯାଉଛନ୍ତି ।

ଅଭିଷେକଙ୍କ ଏହି ପୋଷ୍ଟରେ ଏବେ ଅନେକ ସେଲିବ୍ରିଟିଙ୍କ କମେଣ୍ଟ ମଧ୍ୟ ଦେଖିବାକୁ ମିଳୁଛି । ଏହି କ୍ରମରେ ସାମିଲ ଅଛନ୍ତି ହ୍ରିତିକ ରୋଶନ । ସେ କମେଣ୍ଟ କରି ଲେଖିଛନ୍ତି, ‘ଏହା ବହୁତ ସୁନ୍ଦର।’ ସେହିପରି ଅଭିଷେକଙ୍କ ଭଉଣୀ ଶ୍ବେତା ବଚ୍ଚନ ଲେଖିଛନ୍ତି, ‘କେତେ ସୁନ୍ଦର । ତୁମକୁ ଅନେକ ଅନେକ ପ୍ରେମ।’

ପ୍ରକାଶ ଥାଇକି ଅଭିଷେକଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଲାଡଲୀ ଆରାଧ୍ୟା ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ହେଲେ ଏବେ ପୁରା ବଚ୍ଚନ ପରିବାର ସୁସ୍ଥ ହୋଇ ଘରେ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.