ETV Bharat / sitara

ପରିବାରବାଦ ସମସ୍ୟା: ବିଗ-ବିଙ୍କ ପୁଅ ହେଇ ବି ଅଭିଶେକଙ୍କୁ ଡେବ୍ୟୁ ପାଇଁ ମିଳିନଥିଲା ଫିଲ୍ମ - ଅଭିଷେକ ବଚ୍ଚନ ଇନଷ୍ଟାଗ୍ରାମ ପୋଷ୍ଟ ଭାଇରାଲ

କିପରି ବଲିଉଡରେ ନିର୍ମାତା, ନିର୍ଦ୍ଦେଶକଙ୍କଠୁ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ମାଗୁଥିଲେ ଅଭିଷେକ ତାହା ନେଇ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଭିଷେକ ବଚ୍ଚନ
author img

By

Published : Jun 22, 2020, 5:55 PM IST

ମୁମ୍ବାଇ: ଏବେ ବି-ଟାଉନର ଜୁନିୟର ବଚ୍ଚନ ଅଭିଷେକ #Roadto20 ପାଇଁ ଚର୍ଚ୍ଚାରେ ଅଛନ୍ତି । ଆସନ୍ତା 30 ତାରିଖରେ ସେ ବଲିଉଡରେ 20 ବର୍ଷ ପୂରଣ କରିବାକୁ ଯାଉଛନ୍ତି । ଏହାର ସେଲିବ୍ରେଶନ ସେ କିଛି ଦିନ ପୂର୍ବରୁ ଆରମ୍ଭ କରିଦେଇଛନ୍ତି । #Roadto20 ଜରିଆରେ ନିଜ ଫିଲ୍ମ ଯାତ୍ରା ବିଷୟରେ ଖୁଲାସା କରିବାରେ ଲାଗିଛନ୍ତି । ଏବେ ସେ ଏମିତି ସମୟ ବିଷୟରେ ଆଲୋଚନା କରିଛନ୍ତି, ଯେବେ ସେ ଫିଲ୍ମରେ କାମ କରିବାକୁ ଗୋଟିଏ ସୁଯୋଗ ମାଗୁଥିଲେ ।

ଗୋଟିଏ ପଟେ ଏବେ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପାଇଁ ବଲିଉଡରେ ପରିବାରବାଦକୁ ନେଇ ପ୍ରଶ୍ନବାଚୀ । ଆଉ ଗୋଟିଏ ପଟେ ଅଭିଷେକଙ୍କ ଏହି ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ସେ ଇନଷ୍ଟାଗ୍ରାମରେ ନିଜ ଅଭିନୀତ ଫିଲ୍ମ ‘ଦିଲ୍ଲୀ 6’ ଓ ‘ପା’ର ପୋଷ୍ଟର ସେୟାର କରିଛନ୍ତି । ସେହିପରି ପୋଷ୍ଟରେ ଲେଖିଛନ୍ତି,‘ ଅନେକ ଲୋକ ଏହି କଥା ଜାଣିନାହାଁନ୍ତି ଯେ 1998ରେ ମୁଁ ଆଉ ରାକେଶ ଓମପ୍ରକାଶ ମେହରା ନିଜ କ୍ୟାରିୟର ଏକାଠି ଆରମ୍ଭ କରିବାକୁ ଚାହୁଁଥିଲୁ । ହେଲେ ଅନେକ ଚେଷ୍ଟା ସତ୍ତ୍ବେ ଆମକୁ ଲଞ୍ଚ କରିବାକୁ କେହି ମିଳିନଥିଲେ । ବର୍ତ୍ତମାନ ମତେ ମନେ ନାହିଁ କେତେ ନିର୍ମାତା ଓ ନିର୍ଦ୍ଦେଶକଙ୍କ ସହା ସାକ୍ଷାତ କରିଥିଲୁ ଆଉ ଗୋଟିଏ ସୁଯୋଗ ମାଗିଥିଲି। ହେଲେ କେଉଁଠାରୁ ମଧ୍ୟ ସୁଯୋଗ ପାଇନଥିଲି । ଆମେ ଦୁହେଁ ବନ୍ଧୁ ଥିଲୁ, ତେଣୁ ଆମେ ସ୍ଥିର କଲୁ ଯେ ଆମେ ଏପରି କିଛି ସୃଷ୍ଟି କରିବା ଉଚିତ ଯେଉଁଥିରେ ସେ ନିର୍ଦ୍ଦେଶନା ଦେଇ ପାରିବେ ଏବଂ ମୁଁ ଅଭିନୟ କରିପାରିବି । ଯାହାପରେ ସମଝୋତା ଏକ୍ସପ୍ରେସ ଜନ୍ମ ହେଲା । କିନ୍ତୁ ଫିଲ୍ମ ନିର୍ମାଣ ହୋଇପାରିଲା ନାହିଁ । ପରେ ରାକେଶ ମୋ ପିତାଙ୍କ ସହ ଅକ୍ସ ନିର୍ମାଣ କରିବାରେ ବ୍ୟସ୍ତ ହୋଇଗଲେ ଆଉ ମତେ ଜେପି ଦତ୍ତାଙ୍କ ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ମିଳିଲା ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.