ନୂଆଦିଲ୍ଲୀ: ଗତ କିଛି ସପ୍ତାହରୁ ଡାକ୍ତରଖାନାରେ କୋଭିଡ -19 ସହିତ ଲଢୁଥିବା ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ । ସେ ସବୁବେଳେ ହସ୍ପିଟାଲରୁ ତାଙ୍କର ପୋଷ୍ଟ ସେୟାର କରୁଛନ୍ତି ।
ନିକଟରେ, 'ଧୁମ୍' ଅଭିନେତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ସୁପରଷ୍ଟାର ଶାହରୁଖ ଖାନଙ୍କ ଗୀତ 'ୟୁ ହି ଚଲା' ଗୀତ ଶୁଣୁଥିବାର ଦେଖିବାକୁ ମିଳିଛି ।
ଅଭିଷେକଙ୍କ ପିତା ତଥା ମେଗାଷ୍ଟାର ଅମିତାଭ ବଚ୍ଚନ, ପତ୍ନୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଝିଅ ଆରାଧ୍ୟାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନେ ହସ୍ପିଟାଲରୁ ଘରକୁ ଫେରିଯାଇଛନ୍ତି । କିନ୍ତୁ, ଅଭିଷେକ ବର୍ତ୍ତମାନ 28 ଦିନ ହେଲାଣି ହସ୍ପିଟାଲରେ ଅଛନ୍ତି ।
- View this post on Instagram
Hospital day :26 Discharge plan: NO! 😡 Come on Bachchan, you can do it!! 💪🏽 #believe
">
ଏହାର ଗୋଟିଏ ଦିନ ପୂର୍ବରୁ, ଅଭିଷେକ ତାଙ୍କର 'କେୟାର ବୋର୍ଡ' କୁ ଅନେକ ବି-ଟାଉନ୍ ସେଲିବ୍ରିଟିଙ୍କ ସହିତ ସେୟାର କରିଥିଲେ । ଯେଉଁଥିରେ ସେଲିବ୍ରିଟିମାନଙ୍କ ସହିତ ବହୁ ପ୍ରଂଶସକମାନେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ ।
ପରବର୍ତ୍ତୀ ସମୟରେ, ଅଭିଷେକ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍ ଙ୍କ ସହିତ ଏକ ପ୍ରୋଜେକ୍ଟରେ ନଜର ଆସିବେ ।