ETV Bharat / sitara

ବିବାହ ବନ୍ଧନରେ ଆବଦ୍ଧ ହେଲେ ଆରତୀ - visharad beedassy

ମୁମ୍ବାଇରେ ନିଜ ବୟଫ୍ରେଣ୍ଡ ଭିଶାରଦଙ୍କୁ ବିବାହ କରିଛନ୍ତି ଅଭିନେତ୍ରୀ ଆରତୀ । ମାର୍ଚ୍ଚ ମାସରେ ନିର୍ବନ୍ଧ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କ ବିବାହର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଆରତୀ ଛାବରିୟା
author img

By

Published : Jun 25, 2019, 11:41 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆରତୀ ଛାବରିୟାଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର ସାମ୍ନାକୁ ଆସିଛି । ସେ ଦୀର୍ଘସମୟରୁ ଡେଟ କରିଆସୁଥିବା ବୟଫ୍ରେଣ୍ଡ ଭିଶାରଦ ବିଡେସୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇ ସାତ ଜନ୍ମର ସାଥୀ ସାଜିଛନ୍ତି । ବିବାହର ସୂଚନା ସେ ଫ୍ୟାନ୍ସଙ୍କୁ ନିଜ ଇନଷ୍ଟାଗ୍ରାମରେ ବିବାହର ଅନେକ ଫଟୋ ସେୟାର କରି ଦେଇଛନ୍ତି । ଫଟୋର କ୍ୟାପସନରେ ସେ ଲେଥିଛନ୍ତି, "ଗେସ ହୁ ଜଷ୍ଟ ଗଟ ମ୍ୟାରେଡ! ପ୍ଲିଜ ଗିଭ ଅସ ଇୟୋର ବ୍ଲେସିଂ ।"

'ଖତରୋ କେ ଖିଲାଡି' ସିଜନ-4ର ବିଜେତା ଆରତୀ ବିବାହରେ ମେରୁନ ଲେହେଙ୍ଗା ପିନ୍ଧିଥିବା ବେଳେ ଭିଶାରଦ ଅଫ ହ୍ବାଇଟ ଆଣ୍ଡ ଗୋଲ୍ଡେନ ଶେରୱାନୀରେ ସହ ମୁଣ୍ଡରେ ମେରୁନ ପଗଡି ପିନ୍ଧିଥିବାର ନଜର ଆସିଛନ୍ତି । ଦୁଇଜଣଙ୍କ ବିବାହ ମୁମ୍ବାଇର ସମ୍ପନ୍ନ ହୋଇଛି । ଦୁଇଜଣ ପରିବାର ଏବଂ ବନ୍ଧୁବାନ୍ଧବଙ୍କ ସାମ୍ନାରେ ବିବାହ ବନ୍ଧିନରେ ଆବଦ୍ଧ ହୋଇଛନ୍ତି । ବିବାହରେ ଟିଭି କଳାକାର ସେହନା ବଜାଜ ଓ ରୋହିତ ପୁରୋହିତ ସାମିଲ ହୋଇଥିଲେ ।

ପ୍ରକାଶ ଥାଉକି ଦୁଇଜଣ ମାର୍ଚ୍ଚରେ ନିର୍ବନ୍ଧ କରିଥିଲେ । ଭିଶାରଦ ଇଣ୍ଟରନେସନାଲ ଟ୍ୟାକ୍ସ ପରାର୍ମଶଦାତା ରୂପେ କାମ କରୁଛନ୍ତି । ସେ ବିବାହ ପରେ ଭାରତରେ ହିଁ କାମ କରିବେ ବୋଲି ଏକ ସାକ୍ଷାତକାରରେ କହିଥିଲେ । ଆଉ ସେ ଖୁବ୍ ଶୀଘ୍ର ଭାରତ ଫେରିବାର ଯୋଜନା ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ଜଣାଇ ଦେଉଛୁ ଯେ ଆରତୀ 'ଲଜ୍ୟା' ଫିଲ୍ମ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ । ଏହାପରେ ସେ 'ତୁମ ସେ ଅଚ୍ଛା କୌନଂ ହେ', 'ଆୱାର ପାଗଲ ଦିୱାନା', 'ସୁଟ ଆଟ ଲୋଖଣ୍ଡେୱାଲା', 'ରାଜା ଭୈୟା' ଭଳି ଫିଲ୍ମରେ ଅଭିନୟ କରିଥିଲେ ।

Intro:Body:

sdf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.