ETV Bharat / sitara

ପୁଣିଥରେ ଚର୍ଚ୍ଚାରେ ଆମୀର ଖାନଙ୍କ ଚଳଚ୍ଚିତ୍ର ଥ୍ରି ଇଡିଅଟ୍ସ

author img

By

Published : May 3, 2020, 7:05 AM IST

କରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏଭଳି ପରିସ୍ଥିତିରେ ଆମୀର ଖାନଙ୍କ ଚଳଚ୍ଚିତ୍ର ଥ୍ରି ଇଡିଅଟ୍ସ ପୁଣିଥରେ ଚର୍ଚ୍ଚାରେ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ଏହି ଲକଡାଉନ ସମୟରେ ଯୁକ୍ତରାଷ୍ଟ୍ରରେ ଆମୀର ଖାନଙ୍କ ଫିଲ୍ମ ଥ୍ରି ଇଡିଅଟ୍ସ ସର୍ବାଧିକ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ...

Aamir khans film 3 idiots is most watched movie in usa during coronavirus lockdown
ପୁଣିଥରେ ଚର୍ଚ୍ଚାରେ ଆମୀର ଖାନଙ୍କ ଚଳଚ୍ଚିତ୍ର ଥ୍ରି ଇଡିଅଟ୍ସ

ମୁମ୍ବାଇ: କରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏହି ସମୟରେ ସମସ୍ତ ସେଲିବ୍ରିଟି ଘରେ ରହି ତାଙ୍କ ପରିବାର ସହ ସମୟ ବିତାଉଛନ୍ତି । ଏଭଳି ପରିସ୍ଥିତିରେ ଆମୀର ଖାନଙ୍କ ଚଳଚ୍ଚିତ୍ର ଥ୍ରି ଇଡିଅଟ୍ସ ପୁଣିଥରେ ଚର୍ଚ୍ଚାରେ ଆସିଛି ।

ଥ୍ରି ଇଡିଅଟ୍ସ ଚଳଚ୍ଚିତ୍ରକୁ କେବଳ ଦେଶରେ ନୁହେଁ ବିଦେଶର ଲୋକ ମଧ୍ୟ ବହୁତ ଭଲ ପାଇଥିଲେ । ଆମୀରଙ୍କ ଚଳଚ୍ଚିତ୍ର ମଧ୍ୟରେ ଥ୍ରି ଇଡିଅଟ୍ସକୁ ଶ୍ରେଷ୍ଠ ଚଳଚ୍ଚିତ୍ର ବୋଲି ବିବେଚନା କରାଯାଏ । ବର୍ତ୍ତମାନ ଚଳଚ୍ଚିତ୍ର ଥ୍ରି ଇଡିଅଟ୍ସ କୁ ଆମେରିକାରେ ବହୁତ ପସନ୍ଦ କରାଯାଉଛି ।

ଏକ ରିପୋର୍ଟ ଅନୁଯାୟୀ, ଏହି ଲକଡାଉନ ସମୟରେ ଯୁକ୍ତରାଷ୍ଟ୍ରରେ ଆମୀର ଖାନଙ୍କ ଫିଲ୍ମ ଥ୍ରି ଇଡିଅଟ୍ସ ସର୍ବାଧିକ ଦେଖିବାକୁ ମିଳିଥିଲା ।

ଥ୍ରି ଇଡିଅଟ୍ସ ଚଳଚ୍ଚିତ୍ରର ନିର୍ଦ୍ଦେଶକ ରାଜକୁମାର ହିରାନୀ ଏହି ଖବରକୁ ନେଇ ବହୁତ ଖୁସି ଅଛନ୍ତି । ରାଜକୁମାର ହିରାନୀ କହିଛନ୍ତି ଯେ, ମୁଁ ଖୁସି ଯେ ଏକ ଦଶନ୍ଧି ପୂର୍ବରୁ ଆମେ ଯେଉଁ ଚଳଚ୍ଚିତ୍ର ନିର୍ମାଣ କରିଥିଲୁ ତାହାକୁ ଏବେ ମଧ୍ୟ ଲୋକମାନେ ପୁଣିଥରେ ଚର୍ଚ୍ଚାରେ ଆଣି ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରୁଛନ୍ତି ।

ଏହି ଚଳଚ୍ଚିତ୍ରରେ ଆମୀରଙ୍କ ସମେତ କରୀନା କପୁର, ଶର୍ମାନ ଯୋଶୀ, ଆର ମାଧବନ, ବୋମନ ଇରାନୀଙ୍କ ପରି ଅନେକ ସେଲିବ୍ରିଟିମାନେ ଏକାଠି କାମ କରିଥିଲେ । ଏହି ଚଳଚ୍ଚିତ୍ର 2009 ମସିହାରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଲୋକମାନଙ୍କୁ ଅନେକ ବାର୍ତ୍ତା ସହ ବହୁତ କିଛି ଶିକ୍ଷା ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.